Latest Odisha News

ଆଇସିସିରେ ଏଂଟ୍ରି ମାରିବେ କି ଜୟ ଶାହ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ବାର୍ଷିକ ସମ୍ମିଳନୀ କଲମ୍ବୋରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷ ପଦ ସମ୍ପର୍କରେ ଆଲୋଚନା ହେବ ବୋଲି ଉଲ୍ଲେଖ ନ ଥିଲେ ମଧ୍ୟ କ୍ରିକ ବିଜର ଏକ ରିପୋର୍ଟ ଅନୁସାରେ ଜୟ ଶାହଙ୍କୁ ଆଇସିସିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇପାରେ । ଯଦି ଏହା ହୁଏ ତେବେ ସେ କ୍ରିକେଟ ଗଭର୍ଣ୍ଣିଂ ବଡିର ସବୁଠାରୁ କନିଷ୍ଠ ଆଇସିସି ଅଧ୍ୟକ୍ଷ ହେବେ । ଜୟ ଶାହ ମଧ୍ୟ ଏ ନେଇ କୌଣସି ବୟାନ ଦେଇ ନାହାନ୍ତି ।

ନ୍ୟୁଜିଲାଣ୍ଡର ଗ୍ରେଗ ୱାର୍କଲ ଏବେ ଅଧ୍ୟକ୍ଷ ଅଛନ୍ତି । ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କ ସହଯୋଗ ଯୋଗୁ ସେ ଏହି ପଦ ହାତେଇବାରେ ସଫଳ ହୋଇଥିଲେ । ଯଦି ୱାର୍କଲ ପୂନର୍ବାର ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀତା କରିବେ ତେବେ ସେ ନିଶ୍ଚିତ ଭାବେ ବିଜୟ ହାସଲ କରିବେ ।

ୱାର୍କେଲ  ସମର୍ଥନ କରିବେ ତେବେ ଶାହ ଆଗାମୀ ୩ ବର୍ଷ ପାଇଁ ଆଇସିସି ଅଧ୍ୟକ୍ଷ ହେବା ସମ୍ଭାବନା ରହିଛି । ଏହା ପରେ ବିସିସିଆଇ ସମ୍ବିଧାନ ଅନୁସାରେ ୨୦୨୮ରେ ସେ ଅଧ୍ୟକ୍ଷ ପାଇଁ ମନୋନୀତ ହେବେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆଇସିସି ତାର ମୂଖ୍ୟ କାର୍ଯ୍ୟାଳୟ ଦୁବାଇରୁ ମୁମ୍ବାଇକୁ ସ୍ଥାନାନ୍ତରିତ କରିପାରେ । ଟି୨୦ ବିଶ୍ୱକପ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । ଏହାର ଆୟୋଜନ ସନ୍ତୋଷଜନକ ହୋଇ ନ ଥିଲା । ସେଥିପାଇଁ ଆଇସିସିରେ ବଡ ଧରଣର ପରିବର୍ତନ କରାଯିବା ସମ୍ଭାବନା ରହିଛି ।

Comments are closed.