Latest Odisha News

ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ

ସୋର: ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ । ରେଳ ଧାରଣାରେ ପଡ଼ିଛି ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଦୁର୍ଘଟଣା । ପୁରୀ-ହାୱଡ଼ା ଏକ୍ସପ୍ରେସ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଟ୍ରେନ୍‌ ଆସିବା ବେଳେ ଟ୍ରାକରେ ଛିଡ଼ାହୋଇ ରହିଥିଲେ ୨ ଯୁବକ । ୨ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ସକାଳେ ବାହାନଗା ଦାଣ୍ଡହରିପୁର ରେଳ ଫାଟକ ନିକଟରେ ଦିଇ ଜଣ ଯୁବକଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏନେଇ ସଙ୍ଗେ ସଙ୍ଗେ ଜିଆରପି ପୋଲିସକୁ ଖବର ଦେଇଥିଲେ। ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶେଷ ଥର ସେହି ଟ୍ରାକରେ ପୁରୀ-ହାୱଡ଼ା ଏକ୍ସପ୍ରେସ ଯାଇଥିବା ବେଳେ ସେହି ଏକ୍ସପ୍ରେସ ଧକ୍କାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣା କିପରି ହେଲା ସେନେଇ କୌଣସି ସୂଚନା ମିଳିନାହିଁ ।

Comments are closed.