Latest Odisha News

BREAKING NEWS

ନକଲି ଜର୍ଦ୍ଦା କାରଖାନାରେ ଚଢାଉ, ୬୫ ଲକ୍ଷ ମୂଲ୍ୟର ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକରୁ ନକଲି ଜର୍ଦ୍ଦା କାରଖାନା ଠାବ । ଏହି ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୬୫ ଲକ୍ଷର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଥିବା ଏକ ନକଲି ଜର୍ଦ୍ଦା କାରଖାନାରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର୍ ଓ ଅନ୍ୟାନ୍ୟ ସାମଗ୍ରୀ ସହ ନକଲି ଜର୍ଦ୍ଦା ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଥିବା ଏକ ଜର୍ଦ୍ଦା କାରଖାନା ନାଁ ରେ ଗତ କିଛି ଦିନ ହେବ ଅନେକ ଅଭିଯୋଗ ଆସିଥିବା କହିଛି ପୋଲିସ୍। ସେସବୁ ଅଭିଯୋଗକୁ ଆଧାର କରି ପୋଲିସ୍ ଆଜି ଅଚାନକ ଉକ୍ତ କାରଖାନାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ୬୫ ଲକ୍ଷ୍ୟର ନକଲି ଜର୍ଦ୍ଦା ଜବତ କରିବା ସହ ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ, ଷ୍ଟିକର୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଥିଲା ପୋଲିସ। ତେବେ ଉକ୍ତ ଘଟଣାରେ ଏଯାବତ୍ କାହାକୁ ଗିରଫ କରାଯାଇନଥିବା ବେଳେ ଏବେ ମଧ୍ୟ ସେଠାରେ ଚଢ଼ାଉ ଜାରୀ ରହିଛି।

Comments are closed.