Latest Odisha News

BREAKING NEWS

ପଖାଳକୁ ସୁପର ଫୁଡ୍ ବୋଲି କାହିଁକି କହିଲେ ବିଶେଷଜ୍ଞ ?

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଆଟଲାସ୍ ବା ରୁଚିକର ଖାଦ୍ୟ ମାନଚିତ୍ରରେ ସର୍ବନିମ୍ନସ୍ତରରେ ରହିଥିବା ପଖାଳକୁ ସୁପର ଫୁଡ୍ ବୋଲି କହିଲେ ବିଶେଷଜ୍ଞ। ପଖାଳକୁ ବହୁ ଲୋକେ ନାପସନ୍ଦ କରନ୍ତି। ପଖାଳ ସବୁଠୁ ନିମ୍ନମାନର ଖାଦ୍ୟ ବୋଲି ଅନେକ ବିଚାର କରନ୍ତି। କିନ୍ତୁ ସମ୍ପ୍ରତିରେ ଅଷ୍ଟ୍ରେଲିଆରେ ଆୟୋଜିତ ମାଷ୍ଟର ସେଫ୍ ସିଜିନ-୧୩ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ପହଞ୍ଚିଛି ପଖାଳ। ଏହି ସାଧାରଣ ଖାଦ୍ୟକୁ ସେଠାରେ ବିଶେଷଜ୍ଞ ସୁପର ଫୁଡ କହି ଭୂରିଭୂରି ପ୍ରଶଂସା କରିଛନ୍ତି।

ଅଷ୍ଟ୍ରେଲିଆ ମାଷ୍ଟରସେଫ୍ ପ୍ରତିଯୋଗିତାରେ ଏହାକୁ ଉପସ୍ଥାପନ କରିଛନ୍ତି କିଶ୍ୱର ଚୌଧୁରୀ। କିଶ୍ୱର ହେଉଛନ୍ତି ବାଂଲାଦେଶ ବାସିନ୍ଦା। ସେ ଏହି ପ୍ରତିଯୋଗିତାରେ ବିଜୟୀ ହେବା ନେଇ ଦୃଢାନ୍ତ ପ୍ରକାଶ କରିଛନ୍ତି। ତେବେ ସେ ଏହି ପ୍ରତିଯୋଗିତାରେ ପଖାଳ ସହ ଆଳୁ ଚକଟା ଓ ମାଛ ଭଜା ପ୍ରସ୍ତୁତ କରିଥିଲେ। ଏହାକୁ ଖାଇବା ପରେ ମାଷ୍ଟର ସେଫ୍ ଅଷ୍ଟ୍ରେଲିଆର ବିଚାରପତି ମେଲିସା ଲିଓଙ୍ଗ ପଖାଳ ଏକ ଶକ୍ତିଶାଳୀ ଖାଦ୍ୟ କହିଛନ୍ତି।

ପଖାଳ ଉତ୍ତର-ପୂର୍ବ ଭାରତରେ ସର୍ବାଧିକ ଲୋକପ୍ରିୟ। ଏହା ସାଧାରଣ ବର୍ଗର ଲୋକଙ୍କ ଜଳଖିଆ ଭଳି। ଓଡି଼ଶାରେ ଏହାକୁ ପଖାଳ କୁହାଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହାକୁ ପାନ୍ତା ଭାତ୍ କୁହାଯାଏ। ସେହିପରି ଆସାମରେ ପୋଇତା ଭାତ୍, ବିହାର ଓ ଝାଡଖଣ୍ଡରେ ବାସିଆ ଭାତ୍ ଏବଂ ତାମିଲନାଡୁରେ କାଞ୍ଜି ଭାବେ ପରିଚିତ। ତେବେ ବିଭିନ୍ନ ଅଞ୍ଚଳରେ ପଖାଳ ସହ ଭିନ୍ନ ଭିନ୍ନ ତରକାରୀ ବା ଭଜା କିମ୍ବା ଦହି ସହ ଖାଇଥାନ୍ତି ଲୋକେ। ଏହାକୁ ଚୌଧୁରୀ ମାଷ୍ଟର ସେଫ୍ ସିଜିନ-୧୩ ପ୍ରତିଯୋଗିତାରେ ଉପସ୍ଥାପନ କରି ପଖାଳର ମାନ୍ୟତାକୁ ସର୍ବଚ୍ଚୋସ୍ତରରେ ରଖିଦେଇଛନ୍ତି।

Comments are closed.