Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ସହ ରହସ୍ୟମୟ ଯୁବତୀଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ଟି୨୦ ବିଶ୍ୱକପ ପରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଶଂସକଙ୍କ ମନ ପୂନର୍ବାର ଜିଣିବାରେ ସହାୟ ହୋଇଛନ୍ତି । ହାର୍ଦ୍ଦିକଙ୍କ ବୈବାହିତ ଜୀବନରେ ଏବେ ଅଶାନ୍ତି ଲାଗି ରହିଛି । ଏପରିକି ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିବାକୁ ଯାଉଥିବା ଆଶଙ୍କା କରାଯାଉଛି । ହାର୍ଦ୍ଦିକ ଓ ନତାଶା ଷ୍ଟାନକୋଭିଚ ଯାହା ବି କିଛି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ହାର୍ଦ୍ଦିକଙ୍କୁ ଏକ ରହସ୍ୟମୟ ଯୁବତୀଙ୍କ ସହ ଦେଖିବାକୁ ମିଳିଛି । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଯୁବତୀଙ୍କ ନାମ ପ୍ରାଚୀ ସୋଲାଙ୍କି । ସେ ହାର୍ଦ୍ଦିକଙ୍କ ବଡ ପ୍ରଶଂସକ ଅଟନ୍ତି ।

ପ୍ରାଚୀ ଜଣେ ଡିଜିଟାଲ କ୍ରିଏଟର ଓ ମେକଅପ ଆର୍ଟିଷ୍ଟ ଭାବେ ବେଶ ପରିଚିତ । ହାର୍ଦ୍ଦିକ ଏ ସମ୍ପର୍କରେ କିଛି କହି ବୟାନ ଦେଇ ନାହାନ୍ତି । ତେବେ ହାର୍ଦ୍ଦିକଙ୍କ ପ୍ରଶଂସକମାନେ କିନ୍ତୁ ସୋସିଆଲ ମିଡିଆରେ ଏ ନେଇ ବୟାନବାଜି ଜାରୀ ରଖିଛନ୍ତି । ଭାରତର ଏହି ଦକ୍ଷତା ସମ୍ପନ୍ନ ଅଲରାଉଣ୍ଡର ନିଜେ ହିଁ ଏହି ରହସ୍ୟର ଖୁଲାସା କରିପାରିବେ ।

Comments are closed.