Latest Odisha News

ବାପାର ବୋମା ମାଡରେ ପୁଅ ମୃତ

ଖୋର୍ଦ୍ଧା: କୁହନ୍ତି ଯେ ପାଞ୍ଚେ ପରର ମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ବଡପୁଅକୁ ମାରିବାକୁ ବାପା କରିଥିଲା ବୋମାମାଡ । କିନ୍ତୁ ସେହି ବୋମାରେ ଗଲା ସାନପୁଅର ଜୀବନ । ଖୋର୍ଦ୍ଧା ଜିଲା ବାଲୁଗାଁ ବାଣପୁର ଥାନା ସାହାସପୁର ଶାନ୍ତିନଗରରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ସମ୍ପତ୍ତି ବିବାଦକୁ ନେଇ ସାନ ପୁଅକୁ ବୋମାମାରି ହତ୍ଯା କରିଛି ବାପା । ମୃତକ ହେଲେ ସାନପୁଅ ଦିବ୍ୟସିଂହ ରାଉତରାୟ ।

ସୂଚନା ଅନୁସାରେ, ଶାନ୍ତିନଗରରେ ରହୁଥିବା ଅଭିଯୁକ୍ତ ସଠ ରାଉତତରାୟଙ୍କ ଦୁଇ ପୁଅ । ସେମାନଙ୍କ ମଧ୍ୟରେ ବହୁ ବର୍ଷ ଧରି ଜମି ବିବାଦ ଲାଗିରହିଥିଲା । କିନ୍ତୁ ଆଜି ଏହି ବିବାଦ ଭୟଙ୍କର ରୁପ ନେଇଥିଲା । ଆଜି ବାପା ସଠ ଓ ତାଙ୍କ ସାନ ପୁଅ ଦିବ୍ୟସିଂହ ବଡ଼ ପୁଅକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ବଡ଼ ପୁଅ ଘର ଉପରକୁ ବୋମାମାଡ଼ କରିଥିଲେ ସଠ। କିନ୍ତୁ ଉକ୍ତ ବୋମାଟି ବଡପୁଅର ଘର ଗ୍ରୀଲରେ ବାଜି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ସାନପୁଅ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବାପା ସଠ ରାଉତରାୟ ବୋମାମାଡ଼ କରିଥିବା ବଡ଼ପୁଅ ସୁବାସ ରାଉତରାୟଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ମାମଲାରେ ବାପା ସଠ ରାଉତରାୟ ଓ ବଡ଼ ପୁଅ ସୁବାସ ରାଉତରାୟଙ୍କୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରୁ ବନ୍ଧୁକ ଜବତ କରି ତଦନ୍ତ ଜାରି ରଖିଛି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Comments are closed.