Latest Odisha News

BREAKING NEWS

ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍‌ଙ୍କ ଧାରଣା, ରୋଗୀ ସେବା ବାଧାପ୍ରାପ୍ତ

କଟକ: କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସଙ୍କ ଧାରଣା । ଅଧୀକ୍ଷକଙ୍କ ଅଫିସ୍ ଆଗରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ଧାରଣା ଦେଇଛନ୍ତି । ସେପଟେ ଧାରଣା କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁସାରେ, ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାରେ ବିଳମ୍ବ ହେବାକୁ ନେଇ ଦେଖାଦେଇଛି ବିବାଦ ।ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ ପରସ୍ପରକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେବେ ହାଉସ ସର୍ଜନ ଆସିବାରେ ବିଳମ୍ବ ହେବାରୁ କିଛି ନର୍ସିଂ ଅଫିସର ଅଭିଯୋଗ କରିଥିଲେ । ଉକ୍ତ ଘଟଣାକୁ ନେଇ କିଛି ହାଉସ ସର୍ଜନ ଅଭିଯୋଗ କରିଥିବା ଅଭିଯୋଗରେ ନର୍ସିଂ ଅଫିସରଙ୍କୁ ଅଫିସ ରୁମରେ ବନ୍ଦ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ନର୍ସ ଅଫିସର। ଉକ୍ତ ହାଉସ ସର୍ଜନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଏସସିବି ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଘେରାଉ କରିଛନ୍ତି ନର୍ସ ଅଫିସର। ଅନ୍ୟପଟେ ନର୍ସ ଅଫିସର ଏବଂ ହାଉସ ସର୍ଜନଙ୍କ ବିବାଦ କାରଣରୁ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

Comments are closed.