Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା। ୮୧ ବର୍ଷ ବୟସ୍କ ରାଷ୍ଟ୍ରପତି ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ ବାଇଡେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି।

କରୋନାର ସାମାନ୍ୟ ଲକ୍ଷଣ ଥିବା ସୂଚନା ମିଳିଛି। ଆଇସୋଲେସନରେ ରହି ବାଇଡେନ କାମ କରିବେ। ଲସ୍ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପରେ ବାଇଡେନ୍ ଆମେରିକାର ଡେଲାୱେର ଫେରି ଆସି ସେଠାରେ କ୍ୱାରେଣ୍ଟାଇନରେ ରହିବେ। ଆମେରିକାରେ ଆଗକୁ ନିର୍ବାଚନ ଥିବା ବେଳେ ଏହି ସମୟରେ ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା, ତାଙ୍କର ନିର୍ବାଚନୀ ପ୍ରଚାର ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ ମେଡିକାଲ କାରଣକୁ ନେଇ ଯଦି ଡାକ୍ତରମାନେ ପରାମର୍ଶ ଦିଅନ୍ତି ତେବେ ସେ ରାଷ୍ଟ୍ରପତି ନିର୍ବାଚନରୁ ଓହରିବେ ବୋଲି କହିଛନ୍ତି ବାଇଡେନ। କୋଭିଡରେ ସଂକ୍ରମିତ ହେବା ପରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବାଧା ସୃଷ୍ଟି ହେବା ଆଶଙ୍କା କରିଛନ୍ତି ବାଇଡେନ। ପୂର୍ବରୁ ଜୁଲାଇ ୨୦୨୨ରେ ବାଇଡେନ୍ କୋଭିଡରେ ସଂକ୍ରମିତ ହୋଇଥିଲେ। ତେବେ ରାଷ୍ଟ୍ରପତି ପଦରେ ବସିବା ପୂର୍ବରୁ ସେ କୋଭିଡ୍ ଟିକା ନେଇସାରିଥିଲେ।

 

Comments are closed.