Latest Odisha News

ସରପଞ୍ଚଙ୍କୁ ଅଧାରାସ୍ତାରେ ମାଡିବସିଲା ଭିଜିଲାନ୍ସ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପଡିଲେ ସରପଞ୍ଚ । କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ ଦିନେଶ କୁମାର ରାଉତଙ୍କୁ ରାସ୍ତା ଉପରୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି ଭିଜିଲାନ୍ସ । ଏହାସହିତ ତାଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ସହିତ ତାଙ୍କ ବୋଲେରୋ ଜବତ କରିଛି ଭିଜିଲାନ୍ସ ।

ତେବେ ସରପଞ୍ଚ ଦିନେଶ ଶୁକ୍ରବାର ଗୋଲାମୁଣ୍ଡାରୁ ନିଜର ବୋଲେରୋରେ ବୃନ୍ଦାବାହାଲ ସ୍ଥିତ ନିଜ ଘରକୁ ଆସୁଥିଲେ । ଏହି ସମୟରେ ସନ୍ଦେହଜନକ ଭାବେ ଖଲିଆକାନି ନିକଟରେ ଭିଜିଲାନ୍ସର ଏକ ଟିମ୍ ତାଙ୍କ ଗାଡିକୁ ଅଟାକାଇଥିଲେ । ପରେ ତାଙ୍କ ଗାଡିକୁ ଯାଞ୍ଚ କରିବା ପରେ ସେଥିରୁ ନଗଦ ୫ ଲକ୍ଷ ୪ ଜହାର ଟଙ୍କା ମିଳିଥିଲା । ହେଲେ ହେଲେ ଟଙ୍କା ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ ସରପଞ୍ଚ । ଯାହାପରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା । ଏହାପରେ ତାଙ୍କର ବୋଲେରୋ ସହତ ଜବତ ଟଙ୍କାକୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଥିଲା । ତେବେ ଏହାପରେ ଏବେ ଭିଜିଲାନ୍ସ ଟିମ୍‌ ଦିନେଶଙ୍କ ପୈତୃକ ଘର ଓ ଦୋକାନରେ ଚଢ଼ଉ କରି ଅଧିକ ତଦନ୍ତ ଚଳାଇଛି।

Comments are closed.