Latest Odisha News

ସାଉଥ ଏସିଆନ କରାଟେ: ଓଡିଶାକୁ ୮ ପଦକ

ଭୁବନେଶ୍ୱର: ଭୁଟାନର ଥିମ୍ପୁରେ ୮ମ ସାଉଥ ଏସିଆନ କରାଟେ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶା ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ୩ ସ୍ୱର୍ଣ୍ଣ ସହ ୮ ପଦକ ହାସଲ କରିଛନ୍ତି । ଅଂଶୁମାନ ଆଚାର୍ଯ୍ୟ (କୁମିଟେ ୭୦ କିଗ୍ରା, ପୁରୁଷ), ଆଲିଶା ସୁବୁଦ୍ଧି (କାଟା ୭୦ କିଗ୍ରା, ମହିଳା) ଓ ଲୋମା ସ୍ୱାଇଁ (କୁମିଟେ ୫୦ କିଗ୍ରା, ମହିଳା) ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ଭାଲେନା ଭାଲେଂଟିନା(କାଟା, ମହିଳା), ଶୁଭକାନ୍ତ ବିଶ୍ୱାଳ (୨୧ ବର୍ଷରୁ କମ କୁମେଟ ୮୪ କିଗ୍ରା, ପୁରୁଷ) ଓ ଓମ ଶୁଭମ ମହାନ୍ତି ଜୁନିୟର କୁମିଟେ ୬୮ କିଗ୍ରା ବିଭାଗରେ ରୌପ୍ୟ ପଦକ ହାସଲ କରିଥିଲେ । ଭାଲେନା ଓ ସୁରୋମିତା ସିଂ ଟିମ କାଟାରେ ଏବଂ ଅନୂପମା ସ୍ୱାଇଁ କୁମିଟେ, ୫୫ କିଗ୍ରା ମହିଳା ବିଭାଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଭାରତ ପଦକ ତାଲିକାରେ ନେପାଳ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ଓଭରାଲ ୨୭ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ହାସଲ କରିଥିଲା । ନେପାଳ ୩୧ ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୧୧ ବ୍ରୋଞ୍ଜ ଜିତି ଶୀର୍ଷରେ ରହିଥିଲେ । ଓଡିଶା କରାଟେ ଡୋ ଆସୋସିଏଶନର ସଭାପତି ହରି ପ୍ରସାଦ ପଟ୍ଟନାୟକ ଓ ସମ୍ପାଦକ ଗୌରୀ ମହାନ୍ତି ପଦକ ବିଜେତାଙ୍କୁ ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.