ଦେବଗଡ଼: ଗ୍ରାହକଙ୍କୁ ୧୮ ଲକ୍ଷ ଟଙ୍କା ଠକେଇ। ବନ୍ଧା ହେଲେ ବ୍ୟାଙ୍କ୍ ମ୍ୟାନେଜର। କୃଷ୍ଣଚନ୍ଦ୍ର ମହାକୁଡ଼ଙ୍କଠାରୁ ଦେବଗଡ଼ ଆକ୍ସିସ ବ୍ୟାଙ୍କର ପୂର୍ବତନ ଅପରେସନ ମ୍ୟାନେଜର ପ୍ରବେଶ ଚନ୍ଦ୍ର ଦାସ ୧୮ ଲକ୍ଷ ଟଙ୍କା ଚୂନ ମାରିଛନ୍ତି। ପ୍ରଥମେ କୃଷ୍ଣଚନ୍ଦ୍ରଙ୍କ ସହ ଭଲ ସମ୍ପର୍କ ରଖି ୨୪ ଲକ୍ଷ ଟଙ୍କାର ପିକ୍ସ ଡିପୋଜିଟ୍ କରାଇଦେଇଥିଲେ।
କୌଶଳ କ୍ରମେ କୃଷ୍ଣଚନ୍ଦ୍ରଙ୍କର ଫୋନ ନେଇ ସେଥିରୁ ୧୮ ଲକ୍ଷ ଟଙ୍କା ଉଠାଇଦେଇଥିବା ଅଭିଯୋଗ ରହିଛି। ପରେ ଏସମ୍ପର୍କରେ ପୋଲିସକୁ ସବୁ କଥା ଜଣାଇଥିଲେ କୃଷ୍ଣଚନ୍ଦ୍ର। ଅଭିଯୋଗ ହେବା ପରେ ମ୍ୟାନେଜର ପ୍ରବେଶ ଚନ୍ଦ୍ର ଦାସଙ୍କୁ ଚାକିରିରୁ ବାହାର କରିଦେଇଛି ବ୍ୟାଙ୍କ। ପରେ ପୋଲିସ ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅଞ୍ଚଳରୁ ତାଙ୍କୁ ଗିରଫ କରି କୋଟ୍ ଚାଲାଣ କରିଛି।
ତେବେ ଅଭିଯୁକ୍ତ ପ୍ରବେଶ ଚନ୍ଦ୍ର ଦାସ ଗ୍ରାହକ କୃଷ୍ଣଚନ୍ଦ୍ର ମହାକୁଡ଼ଙ୍କ କଷ୍ଚମ ଆକାଉଣ୍ଟରୁ ୧୮ ଲକ୍ଷ ଟଙ୍କା ଉଠାଇଥିଲେ। ଗ୍ରାହକଙ୍କ କହିବା କଥା ହେଲା ସେ ନିଜ ଆକ୍ସିସ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଏବଂ ୯ ଲକ୍ଷ ଟଙ୍କାର ଅଲଗା ଅଲଗା କରି ଫିକ୍ସ ଡିପଜିଟ ରଖିଥିଲେ। ଏହାରି ଭିତରେ ବ୍ୟାଙ୍କ ମ୍ୟାନେଜର ଗ୍ରାହକଙ୍କ ସହ ଭଲ ସମ୍ପର୍କ ରଖି ଗ୍ରାହକଙ୍କ ଅଜାଣତରେ କୌଶଳ କ୍ରମେ ୧୮ ଲକ୍ଷ ଟଙ୍କା ଉଠେଇ ଦେଇଥିଲେ। ଘଟଣା ସମ୍ପର୍କରେ ଗ୍ରାହକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇଛନ୍ତି।


Comments are closed.