Latest Odisha News

ବଜେଟକୁ ନେଇ ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ: କହିଲା, ଏହା ‘କପି-ପେଷ୍ଟ ବଜେଟ’

ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ନେତାମାନେ ମୋଦୀ ୩.୦ ର ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ଏହି ସମୟରେ ବଜେଟ୍ ସମ୍ପର୍କରେ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଏହାକୁ ‘କୁର୍ସି ବଚାଓ’ ବଜେଟ୍ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ ଏହି ବଜେଟକୁ ନେଇ କହିଛନ୍ତି ଯେ ମୋଦୀଙ୍କ ଅତି ପ୍ରିୟର ଲୋକଙ୍କୁ ଖୁସି କରିବା ପାଇଁ ଏହି ବଜେଟ୍ ଅଣାଯାଇଛି। ଅଡାନୀ, ଅମ୍ବାନୀ ଏଥିରୁ ଉପକୃତ ହେବେ ଏବଂ ସାଧାରଣ ଭାରତୀୟଙ୍କୁ କୌଣସି ଆଶ୍ୱସ୍ତୀ ମିଳିବ ନାହିଁ। କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ଏହି ବଜେଟକୁ କପି ପେଷ୍ଟ ବୋଲି କହିଛନ୍ତି। ରାହୁଲ ଦାବି କରିଛନ୍ତି ଯେ କଂଗ୍ରେସ ମନିଫେଷ୍ଟୋ ଏବଂ ପୂର୍ବ ବଜେଟରୁ ଏହି ବଜେଟ୍ କପି କରାଯାଇଛି।

ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ଏକ କପି-ପେଷ୍ଟ ବଜେଟ୍ ବୋଲି ମଧ୍ୟ କହିଛନ୍ତି। ଖଡଗେ ଟ୍ୱିଟ୍ କରି କହିଛନ୍ତି ଯେ କଂଗ୍ରେସର ନ୍ୟାୟ ଏଜେଣ୍ଡାକୁ ସଠିକ୍ ଭାବରେ କପି କରିପାରିଲା ନାହିଁ ମୋଦୀ ସରକାରଙ୍କ ଏହି ବଜେଟ୍ । ମୋଦୀ ସରକାରଙ୍କ ବଜେଟ୍ ଏହାର ସହଯୋଗୀ ଭାଗୀଦାରୀଙ୍କୁ ଠକିବା ପାଇଁ ଅଧା-ଅଧୁରା ଅର୍ଥ ବଣ୍ଟନ କରୁଛି। ଯାହାଫଳରେ ଏନଡିଏ ବଞ୍ଚିଯିବ। ଦେଶର ଅଗ୍ରଗତି ପାଇଁ ଏହା ବଜେଟ୍ ନୁହେଁ ବରଂ ମୋଦୀ ସରକାରଙ୍କୁ ବଞ୍ଚାଇବା ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି।

Comments are closed.