Latest Odisha News

BREAKING NEWS

ଜାଣନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୬ଟି ଭୋଗର ସମ୍ପୂର୍ଣ୍ଣ ନାମ !

ପୁରୀ: ଅକଥନୀୟ ଏବଂ ଅବର୍ଣ୍ଣନୀୟ ବିଶ୍ୱାସର ବହୁ ଦୂରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସତ୍ତା । ଯେଉଁ ଭକ୍ତ ଯେପରି ଭାବେ ମହାପ୍ରଭୁଙ୍କୁ ଭାବୁଥାଏ ତାହା ଲାଗି ସେହି ଭାବଗ୍ରାହୀ ଠିକ୍ ସେହିପରି । ନୀଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ ପୁରୁଷ । ସମ୍ପୂଣ୍ଣ ଜୀବନ୍ତ ଶରୀରରେ ସେ ପୁରୀ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜମାନ । ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରା ତଥା ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହିତ ଚତୁର୍ଦ୍ଧା ମୂରତି ବେଶରେ ସ୍ୱୟଂ ଜଗତର ପାଳନକର୍ତ୍ତା ଭଗବାନ ଶ୍ରୀବିଷ୍ଣୁ ଶ୍ରୀଜଗନ୍ନାଥଙ୍କ ରୂପରେ ମାନବୀୟ ଲୀଳାଖେଳା କରୁଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥ ମତ୍ସ୍ୟ, କୃମ, ବରାହ, ନୃସିଂହ, ବାମନ, ପର୍ଶୁରାମ, ବଳରାମ, ବୁଦ୍ଧ ତଥା କଳକୀ ଅବତାର ଧାରଣ କରନ୍ତି । ଘୋର କଳିଯୁଗରେ ସ୍ୱୟଂ ନାରାୟଣ ଶ୍ରୀଜଗନ୍ନାଥଙ୍କ ରୂପରେ ପୁରୀ ମହୋଦଧୀ କୂଳରେ ବଡ଼ ଦେଉଳରେ ପରମ ପାବନ କ୍ଷେତ୍ରରେ ବିରାଜମାନ କରୁଛନ୍ତି ।

କେଉଁ ଅନାଦି କାଳରୁ ବାହୁ ଟେକି ଅଯାଚିତ ଭାବେ କୋଟି କୋଟି ଶ୍ରଦ୍ଧାଳୁମାନଙ୍କୁ କୃପା ଏବଂ ଅଭୟ ପ୍ରଦାନ କରିଚାଲିଛନ୍ତି । ମହାପ୍ରଭୁଙ୍କ ପ୍ରସାଦ ଟିକେ ପାଇବାକୁ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ତଥା ଦଶଦିଗରେ ଥିବା ସମସ୍ତ ଦେବାଦେବୀ ପୁରୀ ଶ୍ରୀମନ୍ଦିରସ୍ଥିତ ଆନନ୍ଦବଜାରକୁ ଆସିଥାଆନ୍ତି । ମହାପ୍ରଭୁଙ୍କ ମହାପ୍ରସାଦରେ କେଉଁ ଏକ ଅଦ୍ଭୁତ ଆକର୍ଷଣ ରହିଛି ତାହା ମଧ୍ୟ କେହି ବର୍ଣ୍ଣନା କରିପାରିବେ ନାହିଁ । ମହାପ୍ରସାଦର ମହକରେ ସମସ୍ତ ଦେବାଦେବୀ ତଥା ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଲାଗି ହେଉଥିବା ୫୬ ଭୋଗର ରହସ୍ୟ ମଧ୍ୟ ବର୍ଣ୍ଣନାତୀତ । ତେବେ ଏହି ଛପନ ଭୋଗର ସମ୍ପୂର୍ଣ୍ଣ ନାମଗୁଡ଼ିକୁ ଆମେ ଆଜି ଜାଣିବା ।

ଜଗନ୍ନାଥଙ୍କ ପାଖରେ ଲାଗି କରାଯାଇଥାଏ ୫୬ ପ୍ରକାର ଭୋଗ:

୧. ଅଟକାଳି
୨. ଅମାଲୁ
୩. ଅଦା ପାଚେଡ଼ି
୪. ଆରିସା
୫. ଏଣ୍ଡୁରି
୬. କଦମ୍ବ
୭. କାକରା
୮. କାନ୍ତି
୯. କୋରା
୧୦. ଖଇର ଚୂଳ
୧୧. ଖଜା
୧୨. ଖିରି
୧୩. ଖୁଆ ମଣ୍ଡା
୧୪. ଖୁରିସା
୧୫. ଖୁରୁମା
୧୬. ଖେଚୁଡ଼ି
୧୭. ଗଇଁଠା
୧୮. ଗଜା
୧୯. ଗୋଟାଳି
୨୦. ଚକଟା
୨୧. ଚକୁଳି
୨୨. ଚିତଉ
୨୩. ଛୁଞ୍ଚିପତ୍ର
୨୪. ଛେନା ତାଡ଼ିଆ
୨୫. ଛେନା ମାଣ୍ଡୁଆ
୨୬. ଜଗନ୍ନାଥ ବଲ୍ଲଭ
୨୭. ଜେନାମଣି
୨୮. ଝିଲି
୨୯. ଡାକୁଆ
୩୦. ଡାଳିମ୍ବ
୩୧. ତ୍ରିପୁରି
୩୨. ଧଉଳା
୩୩. ନାଡ଼ି
୩୪. ପଖାଳ
୩୫. ପଣା
୩୬. ପଣା ସୁଆ
୩୭ . ପାଳୁଅ ଖିରି
୩୮ . ପିଠା (କାନ୍ତି, ପୋଡ଼, ମହୁବୀର, ସାତପୁରି, ସୁଆର)
୩୯. ପୁରି
୪୦. ଫେଣି
୪୧. ସରପାପୁଡି
୪୨. ସରପୁଳି
୪୩. ସରସ୍ଵତୀଆ
୪୪. ବଡ଼ା
୪୫. ବଳୀ ବାମନ
୪୬. ଭଜା
୪୭. ମନୋହରା
୪୮. ମହାଦେଇ
୪୯. ମୋହନ ଭୋଗ
୫୦. ରସାବଳି
୫୧. ରାଧାବଲ୍ଲଭ
୫୨. ଲଡ଼ୁ
୫୩. ଲହୁଣିଆ
୫୪. ଲକ୍ଷ୍ମୀବିଳାସ
୫୫. ହଂସକେଳି
୫୬. ହଂସ ବଲ୍ଲଭ
Leave A Reply

Your email address will not be published.