Latest Odisha News

କେତେ ସରିଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

ଲକ୍ଷ୍ନୌ: ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ। ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିଲେ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି ।

ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ନିର୍ମାଣ କମିଟି ମୁଖ୍ୟ ନୃପେନ୍ଦ୍ର ମିଶ୍ରା । ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଏବେ ରାମଲାଲାଙ୍କ ପୂଜାର୍ଚ୍ଚନା ଓ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ସହ ସମାନ୍ତରଳ ଭାବେ ନିର୍ମାଣ କାମ ମଧ୍ୟ ଜାରି ରହିଛି । ତେବେ ରାମ ମନ୍ଦିର ପରିସରରେ ମୋଟ ୫ଟି ଶିଖର ରହିବ । ସେଥିମଧ୍ୟରୁ ମୁଖ୍ୟ ମନ୍ଦିରକୁ ବାଦ ଦେଲେ ତିନି ଶିଖର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି ।

ମନ୍ଦିରର ୫ଟି ମଣ୍ଡପ ଓ ଗର୍ଭଗୃହ କାର୍ଯ୍ୟ ଶେଷ ହୋଇ ରତ୍ନ ସିଂହାସନରେ ପ୍ରଭୁ ରାମଲାଲାଙ୍କ ସଂସ୍ଥାପନ ସରିଛି । ମାତ୍ର ମୁଖ୍ୟ ମନ୍ଦିରର ଶିଖର ବା ଚୂଡା ନିର୍ମାଣ କାର୍ଯ୍ୟ ଜାରି ରହିଛି । ମୁଖ୍ୟ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍‌ ନିର୍ଦ୍ଧାରିତ କରାଯାଇଛି । ଯାହା ଏବେ ନିର୍ମାଣାଧୀନ ରହିଛି । ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହଥିବା ବେଳେ ଏହା ଚଳିତବର୍ଷ ଶେଷ ସୁଦ୍ଧା ଶେଷ ହେବା ନେଇ ନିର୍ମାଣ କମିଟି ମୁଖ୍ୟ କହିଛନ୍ତି ।

Comments are closed.