Latest Odisha News

ମନୁ ଭାକର: ଟୋକିଓ ନିରାଶାରୁ ପୋଡିୟମ ଫିନିସ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଖାତା ଖୋଲି ଐତିହାସିକ ସଫଳତା ହାସଲ କରିଛନ୍ତି ମନୁ ଭାକର । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ମନୁଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା। ମନୁଙ୍କ ବ୍ରୋଞ୍ଜ ହେଉଛି ଦୀର୍ଘ ୧୨ ବର୍ଷ ପରେ ଅଲିମ୍ପିକ୍ସ ସୁଟିଂରେ ଭାରତର ପ୍ରଥମ ପଦକ।

ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ମନୁ ହୋଇଛନ୍ତି ଭାରତର ପ୍ରଥମ ମହିଳାମହିଳା। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ ମନୁ ଭାକର। ଟୋକିଓ ଥିଲା ମନୁଙ୍କ ପ୍ରଥମ ଅଲିମ୍ପିକ୍ସ।

ପଦକ ଆଶାରେ ଥିଲା ଭାରତ

୧୦ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ମନୁଙ୍କୁ ଧୋକ୍କା ଦେଇଥିଲା ପିସ୍ତଲ। ମିକ୍ସଡ ଟିମ୍ ୧୦ ମିଟର ଓ ବ୍ୟକ୍ତିଗତ ୨୫ ମିଟର ଇଭେଂଟରେ ମଧ୍ୟ ଫେଲ୍ ମାରିଥିଲେ ମନୁ। ଟୋକିଓରୁ ଖାଲି ହାତରେ ଫେରିଥିଲେ ମନୁ।

ହରିୟାଣାର ଯୁବତୀ ଏବେ ଅଲିମ୍ପିକ୍ସ ସୁଟିଂରେ ଭାରତ ପାଇଁ ରଚିଛନ୍ତି ନୂଆ ଇତିହାସ। ପ୍ୟାରିସରେ ପଦକ ଜିତିବା ପଛରେ ଭଗବତ ଗୀତାର ପ୍ରେରଣା। ଗୀତା ତାଙ୍କୁ ମାନସିକ ଭାବେ ଦୃଢ କରିଛି ବୋଲି କହିଛନ୍ତି ମନୁ।

ପ୍ରସିଦ୍ଧ କବୟିତ୍ରୀ ତଥା ମାନବାଧିକାର କର୍ମୀ ମାୟା ଆଞ୍ଜେଲୋଙ୍କ ‘ଷ୍ଟିଲ୍ ଆଇ ରାଇଜ’ ମଧ୍ୟ ମନୁଙ୍କ ପ୍ରେରଣା। ମାତ୍ର ୧୬ ବର୍ଷ ବୟସରେ ମନୁ ଭାକର ରାଜ୍ୟଗୋଷ୍ଠୀ କ୍ରୀଡାରେ ଜିିତିଥିଲେ ସ୍ୱର୍ଣ୍ଣ ପଦକ। ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ସ୍ୱର୍ଣ୍ଣ।

୨୦୨୧ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ବିଭିନ୍ନ ବିଶ୍ୱ ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ।

୯ ସ୍ୱର୍ଣ୍ଣ ଓ ୨ ରୌପ୍ୟ ହାସଲ କରିଥିଲେ 

ଟୋକିଓ ଅଲିମ୍ପିକ୍ସରେ ଥିଲେ ଭାରତର ପ୍ରମୁଖ ମେଡାଲ୍ ହୋପ୍।ବିଫଳତା ଆଗରେ ହାର ମାନ ନଥିଲେ ମନୁ। ବିଶ୍ୱ ଚାମ୍ପିଅନସିପ୍ ଓ ଏସିଆନ ଗେମ୍ସରେ ଫର୍ମକୁ ଫେରି ୨୫ ମିଟର ଟିମ୍ ପିସ୍ତଲ।

ଇଭେଂଟରେ ସ୍ୱର୍ଣ୍ଣ ବିଜୟ

ବିଭିନ୍ନ ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତାରେ ଏ ଯାଏଁ ମୋଟ ୨୩ଟି ପଦକ ଜିତିଛନ୍ତି ହରିୟାଣା ସୁଟର।

Comments are closed.