Latest Odisha News

BREAKING NEWS

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟର ଅଘଟଣ: ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର କୋଚିଂ ସେଣ୍ଟରରେ ଘଟିଥିବା ଘଟଣାର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। କମିଟି ୩୦ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ। ଏହି କମିଟିରେ ଅତିରିକ୍ତ ସଚିବ, ଏମଓୟୁଏଚ୍ଏ, ମୁଖ୍ୟ ସଚିବ (ଗୃହ), ଦିଲ୍ଲୀ ସରକାର, ସ୍ୱତନ୍ତ୍ର ସିପି, ଦିଲ୍ଲୀ ପୋଲିସ, ଅଗ୍ନିଶମ ପରାମର୍ଶଦାତା ଏବଂ ଯୁଗ୍ମ ସଚିବ, ଗୃହ ମନ୍ତ୍ରଣାଳୟ ରହିବେ। ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ କମିଟି ଘଟଣାର କାରଣ ତଦନ୍ତ କରିବ, ଦାୟିତ୍ୱ ସ୍ଥିର କରିବ ଏବଂ ନୀତିଗତ ପରିବର୍ତ୍ତନ ପାଇଁ ସୁପାରିଶ କରିବ।

ଦିଲ୍ଲୀ ଆଇଏଏସ କୋଚିଂ ସେଣ୍ଟରରେ ୩ ଆଶାୟୀଙ୍କ ମୃତ୍ୟୁ ଘଟିଛି। ମାମଲାର ତଦନ୍ତ ନେଇ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ଏହି କମିଟି ଗଠନ କରିଛନ୍ତି। କୋଚିଂ ସେଣ୍ଟରରେ ପାଣି ପଶିଯାଇ ୩ ଛାତ୍ରଙ୍କ ମୃତ୍ଯୁ ଘଟଣାର କମିଟି ତଦନ୍ତ କରିବ। ତେବେ ଆସନ୍ତା ୩୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ ସେଥିପ୍ରତି ଜାଗ୍ରତ ରହିବାକୁ କହିଛନ୍ତି କେନ୍ଦ୍ର ସରକାର।

ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ସେମାନଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦିଆଯାଇଛି। ସେହିପରି ବେସମେଣ୍ଟରେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରିଦିଆଯାଇଛି। ବେସମେଣ୍ଟକୁ ସାଧାରଣତଃ ପାର୍କିଂ ଓ ଷ୍ଟୋର ଲାଗି ବ୍ଯବହୃତ ହେଉଥିବାବେଳେ ଅନେକ ସ୍ଥାନରେ ଏହାକୁ କୋଚିଂ ସେଣ୍ଟର ଭାବେ ବ୍ୟବହୃତ ହେଉଥିବା ସୂଚନା ମିଳିଛି।

Comments are closed.