Latest Odisha News

BREAKING NEWS

ନିଟ୍-ୟୁଜି କାଉନସେଲିଂ: ଜାଣନ୍ତୁ କେବେଠାରୁ ଆରମ୍ଭ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ: ଅଗଷ୍ଟ ୧୪ ତାରିଖରୁ ନିଟ୍-ୟୁଜି ୨୦୨୪ କାଉନସେଲିଂ ଆରମ୍ଭ ହେବ। ଏମସିସି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଜାତୀୟ ଚିକିତ୍ସା ଆୟୋଗ (ଏନଏମସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କାଉନସେଲିଂ ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। କାଉନସେଲିଂର ବିସ୍ତୁତ ବିବରଣୀ mcc.nic.in ୱେବସାଇଟରେ ଜାରି ହୋଇଛି।

ଜାତୀୟ ଚିକିତ୍ସା ଆୟୋଗ ସଚିବ ଡାକ୍ତର ବି ଶ୍ରୀନିବାସ କହିଛନ୍ତି ଯେ କାଉନସେଲିଂ ପ୍ରକ୍ରିୟା ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବାର ସୂଚନା ରହିଛି। ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ। ତେବେ ଅଲ୍ ଇଣ୍ଡିଆ କୋଟା ଆଧାରରେ ନାମଲେଖା ହେବ। ଅଲ୍ ଇଣ୍ଡିଆ କୋଟା ଆଧାରରେ ୧୫ ପ୍ରତିଶତ ସିଟ୍‌ରେ କାଉନସେଲିଂ ପ୍ରକ୍ରିୟା ହେବ। ବାକି ୮୫ ପ୍ରତିଶତ ସିଟ୍‌ରେ ରାଜ୍ୟ କୋଟାରେ କାଉନସେଲିଂ କରାଯିବ।

୩ଟି ମୁଖ୍ୟ ରାଉଣ୍ଡରେ ନିଟ୍ ୟୁଜି କାଉନସେଲିଂକୁ ଏମସିସି ପରିଚାଳନା କରିବ। ତେବେ ପ୍ରାର୍ଥୀମାନଙ୍କୁ ନୋଟିସ୍ ବାବଦରେ ଜାଣିବାକୁ ଏମସିସି ୱେବସାଇଟ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଆୟୁଷ ଓ ନର୍ସିଂ ସିଟ୍ ବ୍ୟତୀତ ୨୧ ହଜାର ବିଡିଏସ୍ ସିଟ୍ ପାଇଁ କାଉନସେଲିଂ କରାଯିବ ବୋଲି ଶ୍ରୀନିବାସ କହିଛନ୍ତି।

 

Comments are closed.