Latest Odisha News

BREAKING NEWS

ଓଜେଇଇ ୱେବସାଇଟ୍ ଡାଉନ: କାଉନସେଲିଂ, ଚଏସ୍‌ ଲକିଂରେ ସମସ୍ୟା

ଭୁବନେଶ୍ୱର: କାମ କରୁନି ଓଜେଇଇ ୱେବସାଇଟ୍ l ଡାଉନ ହେଲା ଓଜେଇଇ ୱେବସାଇଟ l ଫଳରେ କାଉନସେଲିଂ ଏବଂ ଚଏସ୍‌ ଲକିଂରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଡି.ପି ଶତପଥୀ l

ସୂଚନା ଅନୁସାରେ, ଆଜି ଛାତ୍ରଛାତ୍ରୀ ମାନେ ୱେବସାଇଟ ଖୋଲି କାଉନସେଲିଂ ଏବଂ ଚଏସ ଲକିଂ କରିବାରେ ଅନେକ ସମସ୍ୟା ଭୋଗିଥିଲେ l ପରେ ଓଜେଇଇର ଅଧ୍ୟକ୍ଷ ୱେବସାଇଟ ଡାଉନ ଥିବା ନେଇ ସୂଚନା ଦେଇଥିଲେ l ତେବେ ଏନଆଇସିର ଟେକ୍ନିକାଲ ଇସ୍ୟୁ ଯୋଗୁଁ ଏପରି ସମସ୍ୟା ହୋଇଛି l ଏବଂ କାମ ଚାଲିଛି ଖୁବ୍‌ଶୀଘ୍ର ସଚଳ କରାଯିବ ବୋଲି ସୂଚନା ଦେଇଛନ୍ତି ଅଧକ୍ଷ ଡି.ପି ଶତପଥୀ l

Comments are closed.