Latest Odisha News

BREAKING NEWS

ଟ୍ରେନରେ ବୋମା; ଅଟକିଲା ଜମ୍ମୁରୁ ଯୋଧପୁର ଯାଉଥିବା ଏକ୍ସପ୍ରେସ

ଚଣ୍ଡିଗଡ: ଜମ୍ମୁରୁ ରାଜସ୍ଥାନର ଯୋଧପୁର ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନକୁ ପଞ୍ଜାବର ଫିରୋଜପୁର ଜିଲ୍ଲାର କାସୁ ବେଗୁ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା।

ସୂଚନା ଅନୁଯାୟୀ, ଜମ୍ମୁ ତାୱି-ଭଗତ କି କୋଠି ଏକ୍ସପ୍ରେସ (ଟ୍ରେନ୍ ନମ୍ବର 19926) ରେ ବୋମା ଥିବା ଧମକ ମିଳିଥିଲା। ଯାହା ପରେ ପଞ୍ଜାବ ପୋଲିସ, ରେଳ ସୁରକ୍ଷା ବଳ (ଆରପିଏଫ), ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ସମେତ ସୁରକ୍ଷା ବାହିନୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଟ୍ରେନକୁ ଅଟକାଇ ଯାଞ୍ଚ କରିଥିଲେ। ଟ୍ରେନଟି କାସୁ ବେଗୁ ରେଳ ଷ୍ଟେସନରେ ସକାଳ ୭.୪୨ରେ ଅଟକି ଥିଲା। ବୋମା ଧମକ ପରେ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା ଏବଂ ଟ୍ରେନ୍ ଭିତରେ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ସର୍ଚ୍ଚ ଅପରେସନ୍ କରାଯାଇଥିଲା। ବଥିଣ୍ଡା, ଲୁଧିଆନା, ଏବଂ ଜଲନ୍ଦରରୁ ଏକ ବୋମା ନିଷ୍କାସନକାରୀ ଦଳ ଆସିଥିବାବେଳେ ଫରିଦକୋଟ ଏବଂ ମୋଗାର ପୋଲିସ ମଧ୍ୟ ଫିରୋଜପୁର ପୋଲିସକୁ ସାହାଯ୍ୟ କରିଥିଲା।

ତେବେ ପରବର୍ତ୍ତୀ ସମୟରେ ଏହା ଏକ ଗୁଜବ ବୋଲି ଜଣାପଡିଥିଲା। ଖାଲି ଏତିକି ନୁହେଁ ପୋଲିସ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରୁ ଏଭଳି ମିଛ କଲ୍ କରିଥିବା ବ୍ଯକ୍ତିକୁ ଗିରଫ କରାଯାଇଛି। ଉକ୍ତ ଯୁବକର ବୟସ ୨୮ ବର୍ଷ।

ଆମେ କଲ୍ କୁ ଟ୍ରାକ୍ କରିଥିଲୁ ଏବଂ ପଶ୍ଚିମବଙ୍ଗ ପୋଲିସକୁ ଟେକ୍ନିକାଲ ଇନପୁଟ ଦିଆଯାଇଥିଲା, ଯାହା କଲ୍ କରିଥିବା ବ୍ୟକ୍ତିଙ୍କୁ ଖୋଜିବାରେ ସାହାଯ୍ୟ କରିଥିଲା। ଉକ୍ତ ବ୍ଯକ୍ତିଙ୍କୁ ଅଧିକ ତଦନ୍ତ ପାଇଁ ଫିରୋଜପୁରକୁ ଅଣାଯିବ ବୋଲି ଫିରୋଜପୁରର ବରିଷ୍ଠ ପୋଲିସ ଅଧୀକ୍ଷକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

 

 

Comments are closed.