ଜୟପୁର: ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି l ଏଣିକି ରାଜ୍ୟର ସମସ୍ତ ସ୍କୁଲରେ ପାଳନ ହେବନି ଇନ୍ଦିରା ଗାନ୍ଧୀ ଜୟନ୍ତି l ଏଥିସହ ସ୍କୁଲ କ୍ୟାଲେଣ୍ଡରରୁ ଇନ୍ଦୀରା ଗାନ୍ଧୀ ଜୟନ୍ତି ଅବସରରେ ଥିବା ଛୁଟି ଦିନକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର l କେବଳ ଏତିକି ନୁହେଁ, ଇନ୍ଦୀରା ଗାନ୍ଧୀଙ୍କ ପୂଣ୍ୟତିଥୀରେ ଆୟୋଜିତ କୋମୀ ଏକତା ସପ୍ତାହର ମଧ୍ୟ ନାମ ପରିବର୍ତନ କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ମଦନ ଦିଲାବର l
ଶିକ୍ଷାମନ୍ତ୍ରୀ ମଦନ ଦିଲାବର କହିଛନ୍ତି ଯେ, ଦେଶରେ ଅନେକ ମହାନ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଇନ୍ଦୀରା ଗାନ୍ଧୀଙ୍କ ଠାରୁ ବେଶୀ ଦେଶ ପାଇଁ ଭଲ କାମ କରିଛନ୍ତି l ସେମାନଙ୍କୁ ସମ୍ମାନ ଦେବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥୀକୁ ଏବେଠାରୁ ସଂକଳ୍ପ ଦିବସ ଭାବରେ ପାଳନ କରାଯିବ l ଏବଂ ସେଥିପାଇଁ ଆୟୋଜିତ ହେଉଥିବା କୋମୀ ଏକତା ସପ୍ତାହ ସ୍ଥାନରେ ସମରସତା ସପ୍ତାହ ପାଳନ କରାଯିବ l
ଦିଲାବର ଆହୁରି କହିଛନ୍ତି ଯେ “ଆମର ମାତୃଭାଷା ହିନ୍ଦୀ, ତେଣୁ ଏହି ସପ୍ତାହର ନାମ ସମରସତା ସପ୍ତାହରେ ପରିବର୍ତ୍ତିତ ହୋଇଛି।” ସେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତିରେ ଦେଶରେ ଗଣତନ୍ତ୍ର ଗଭୀର ଆଘାତ ପାଇଛି ।
Comments are closed.