Latest Odisha News

BREAKING NEWS

ଟେବୁଲ ଟେନିସରେ ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬କୁ, ସ୍ୱପ୍ନିଳ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ମହିଳା ଟେବୁଲ ଟେନିସ ଖେଳାଳି ଶ୍ରୀଜା ଆକୁଲା ରାଉଣ୍ଡ ଅଫ ୧୬ରେ ପ୍ରବେଶ କରିଛନ୍ତି । ସେ ପ୍ରଂଶସନୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଶ୍ରୀଜା ସିଙ୍ଗାପୁରର ଜେଙ୍ଗ ଜିଆନଙ୍କୁ ପରାସ୍ତ କରିଥିବା ବେଳେ ପରବର୍ତୀ ରାଉଣ୍ଡରେ ଚୀନର ସନ ୟିଙ୍ଗିହାଙ୍କୁ ଭେଟିବେ । ପୁରୁଷ ୫୦ ମିଟର ରାଇଫଲ ୩ପି ଫାଇନାଲରେ ସ୍ୱପ୍ନିଳ କୁଶାଳେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ସେ ୫୯୦ ପଂଏଟ ସ୍କୋର କରି ପ୍ରଥମ ୮ଜଣଙ୍କ ମଧ୍ୟରେ ରହିଥିଲେ । ପୁରୁଷ ସିଙ୍ଗଲ୍ସ ସ୍କଲରେ ଭାରତର ବଲରାଜ ପନୱର ପଦକ ଦୌଡରୁ ବାଦ ପଡିଛନ୍ତି ।

ସୂଚନାଯୋଗ୍ୟ, ବ୍ୟାଡମିଂଟନ ମହିଳା ଡବଲ୍ସରୁ ଅଶ୍ୱୀନ ପୋନପ୍ପା ବିଦା ନେବା ପରେ ମନ ଦୁଃଖରେ ଅବସର ଘୋଷଣା କରିଛନ୍ତି । ଏହା ତାଙ୍କ କ୍ୟାରିୟରର ତୃତୀୟ ଅଲିମ୍ପିକ୍ସ ଥିଲା । ପଦକ ହାସଲ କରିପାରି ନ ଥିବାରୁ ସେ ନୈରାଶ୍ୟମନରେ ଏହି ନିଷ୍ପତି ନେଇଛନ୍ତି ।

Comments are closed.