Latest Odisha News

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ଗୋଟିଏ ପରିବାରର ୫ଜଣ ଗୁରୁତର

ସୁବର୍ଣ୍ଣପୁର: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ। ଏଥିରେ ଗୋଟିଏ ପରିବାରର ୫ଜଣ ଗୁରୁତର ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ଼ ଗାଁରେ ଏହି ଘଟଣା ଘଟିଛି। ବିଳମ୍ବିତ ରାତ୍ରିରେ ଗୋଟିଏ ପରିବାର ଶୋଇଥିବା ବେଳେ ଘର ପଡିଯିବାରୁ ପରିବାରର ୫ ଜଣ ବ୍ୟକ୍ତି ଗୁରୁତର। ଗୁରୁତରଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଡାହୁକବୁଡ ଗ୍ରାମର ଗୋଟାଏ ଘର ଭିତରେ ଡାହୁକବୁଡ଼ ଗ୍ରାମର ସୁଶୀଲ ପଧାନ, ବାସ୍ତୁରୀ ପଧାନ, ରୀତିକା ପଧାନ, କ୍ରିଷ ପଧାନ, ଅର୍ଣ୍ଣବ ପଧାନ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡିଯିବାରୁ ଭିତରେ ଶୋଇଥିବା ସମସ୍ତେ ମାଟିରେ ପୋତି ହୋଇଯାଇଥିଲେ।

ଗ୍ରାମବାସୀ ଓ ଅଗ୍ନୀଶମ ବିଭାଗର ସାହାଯ୍ୟ ସହଯୋଗରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

Comments are closed.