Latest Odisha News

BREAKING NEWS

ଅଟୋ ଓଲଟି ମହିଳା ମୃତ, ୧୦ ଆହତ

ଗୁଣପୁର: ରାୟଗଡା ଜିଲ୍ଲା ପୁଟାସିଂ ଥାନା ଚିନାସାରି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଅଟୋ ଟି ଓଲଟି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମାୟା ସାହୁ ।

ଖବର ମୁତାବକ, ଆଜି ଶ୍ରମିକମାନେ ଏକ ଅଟୋରେ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ଅଟୋଟି ଭାରସାମ୍ୟ ହରାଇ ଘାଟିରେ ତଳକୁ ଖସିପଡିଥିଲା । ଖବରପାଇ ଦମକଳ ବାହିନୀ ସମସ୍ତ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।

ତେବେ ସମସ୍ତ ଶ୍ରମିକଙ୍କ ଘର ପଦ୍ମପୁର ଗ୍ରାମରେ ବୋଲି ଜଣାପଡିଛି । ସେମାନେ ଚିନାସାରି ଗ୍ରାମକୁ କାମ କରିବାକୁ ଯାଇଥିଲେ ।

Comments are closed.