Latest Odisha News

ସୁଦୃଢ ହେଲା ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେଲେ ଓଆଇଏସଏଫ ଯବାନ

ଭୁବନେଶ୍ବର: ବଢିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷା ବ୍ୟବସ୍ଥା । ନନ୍ଦନକାନନକୁ ଜଗିବା ପାଇଁ ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀର ଏକ ପ୍ଲାଟୁନ୍ ଫୋର୍ସ ଯବାନ ନିୟୋଜିତ ହୋଇଛନ୍ତି ।

ଏହି ଫୋର୍ସ ମଧ୍ୟରେ ଅଛନ୍ତି ଜଣେ ଇନ୍ସପେକ୍ଟର, ୪ ଜଣ ସବ୍ ଇନସପେକ୍ଟର ଏବଂ ୩୦ ଜଣ କନଷ୍ଟେବଳ ।

ସୂଚନାଯୋଗ୍ୟ, ଗତ ଏପ୍ରିଲରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଅଭାବନୀୟ ଘଟମା ଦେଖିବାକୁ ମିଳିଥିଲା । ଦୁଇ ଜଣ ଦୁର୍ବୃତ୍ତ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡା ଦେଖାଇ ଆତଙ୍କ ସୃଷ୍ଟି କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିସହ ସେମାନେ ଉପନିର୍ଦ୍ଦେଶକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଏହାପରେ ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଏନେଇ ଜୁଲାଇ ୩୦ ତାରିଖରେ ନନ୍ଦନକାନନ ଏବଂ ଓଆଇଏସଏଫ୍ ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏମଓୟୁ ଅନୁସାରେ ଆଜି ଠାରୁ ଏହି ଫୋର୍ସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି ।

Comments are closed.