Latest Odisha News

ଅଙ୍କିତା-ଧୀରଜ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଙ୍କିତା ଭକତ ଓ ଧୀରଜ ବି ତୀରନ୍ଦାଜୀ ମିକ୍ସଡ ଇଭେଂଟରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଇଣ୍ଡୋନେସିଆର ଡିଆନନ୍ଦା କ୍ୟୁରୁନସିଆ ଓ ଆରିଫ ପାଙ୍ଗେସୁଙ୍କୁ ଏଲିମିନେଶନ ରାଉଣ୍ଡରେ ପରାସ୍ତ କରିଥିଲେ । ଉଭୟ ୧୦ ପଂଏଟ ସ୍କୋର କରିଥିଲେ ମଧ୍ୟ ୫-୧ ସ୍କୋରଲାଇନ ସହ ଭାରତ କ୍ୱାର୍ଟରକୁ ଉନ୍ନୀତ ହୋଇଛି । ସ୍ପେନ ଓ ଚୀନ ମଧ୍ୟରେ ଅନୁଷ୍ଠିତ ମୁକାବିଲାର ବିଜେତାକୁ ଭାରତୀୟ ଯୋଡି ଭେଟିବେ । ବକ୍ସିଂରେ ଭାତର ନିଶାନ୍ତ ଦେବ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ୭୧ କେଜି ବିଭାଗରେ ନିଶାନ୍ତ ୩:୨ରେ ଜୋସ ରୋଡ୍ରିଗ୍ୟୁଜଙ୍କୁ ପରାସ୍ତ କରିଥିଲେ ।

କ୍ୱାର୍ଟରରେ ସେ ମୋଜାମ୍ବିକ୍ୟୁର ଟି ମୁକ୍ସାଙ୍ଗ ଓ ମେକ୍ସିକୋର ଏମଏ ଭର୍ଡେ ଆଲଭାରେଜଙ୍କ ମଧ୍ୟରେ ଅନୁଷ୍ଠିତ ମୁକାବିଲାର ବିଜେତାଙ୍କୁ ଭେଟିବେ । ଭାରତର ପଦକ ଦାବୀଦାର ବିବେଚନା କରାଯାଉଥିବା ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ମହିଳା ସିଙ୍ଗଲ୍ସ ବ୍ୟାଡମିଂଟନର ରାଉଣ୍ଡ ୧୬ ମୁକାବିଲାରେ ସେ ଚୀନର ହେ ବିଙ୍ଗ ଜିଆଓଙ୍କ ନିକଟରୁ ୧୯-୨୧ ଓ ୧୪-୨୧ ସିଧାସଳଖ ଗେମରେ ପରାସ୍ତ ହୋଇଛନ୍ତି । ଏହା ପୂର୍ବରୁ ସାତ୍ୱିକ ସାଇରାଜ ଓ ଚିରାଗ ଶେଟ୍ଟୀ ମଧ୍ୟ ପୁରୁଷ ଡବଲ୍ସରୁ ବିଦାୟ ନେଇ ସାରିଛନ୍ତି । ବ୍ୟାଡମିଂଟନରେ ଏବେ କେବଳ ଲକ୍ଷ୍ୟ ସେନ ଶେଷ ଆଶା ରହିଛି ।

Comments are closed.