Latest Odisha News

BREAKING NEWS

ଆଲଜେରିଆର ବିବାଦୀୟ ବକ୍ସର ଖେଲୀଫ ପୁଅ ନାଁ ଝିଅ !

ପ୍ୟାରିସ: ଚଳିତ ଅଲିମ୍ପିକ୍ସରେ ଆଲଜେରିଆର ବିବାଦୀୟ ବକ୍ସର ଇମାନେ ଖେଲୀଫଙ୍କୁ ନେଇ ପୂନର୍ବାର ଚର୍ଚ୍ଚା ଜୋର ଧରିଛି । ୨୫ ବର୍ଷୀୟା ଖେଲୀଫ ମହିଳା ୱେଲଟରୱେଟ ବିଭାଗରେ ଅଂଶଗ୍ରହଣ କରିଛନ୍ତି । ରାଉଣ୍ଡ ଅଫ ୧୬ ମୁକାବିଲାରେ ସେ ଇଟାଲୀର ଆଞ୍ଜେଲା କ୍ୟାରିନାଙ୍କୁ ମାତ୍ର ୪୬ ସେକେଣ୍ଡରେ ପରାଜିତ କରିଥିଲେ । ତାଙ୍କର ଜବରଦସ୍ତ ପଂଚ ଯୋଗୁ କ୍ୟାରୀନା ଫାଇଟ ଛାଡିବାକୁ ବାଧ୍ୟ ହୋଇଥିଲେ । ତେବେ ବିବାଦ କଣ ପାଇଁ ହେଲା ? ଇମାନେଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ ରହିଛି ।

ଏହା ପୂର୍ବରୁ ତାଙ୍କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ଏହା ସତ୍ୱେ ଆଇବିଏ ଓ ଅଲିମ୍ପିକ କମିଟି କିପରି ତାଙ୍କୁ ଖେଳିବାକୁ ସୁଯୋଗ ଦେଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୨୩ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ତାଙ୍କ ଲିଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଇବିଏ ଅଧ୍ୟକ୍ଷ ଉମର କ୍ରେମଲେବ ଖେଳୀଫାଙ୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନା କରିଥିଲେ । ସେ ତାଙ୍କ ବୟାନରେ କହିଥିଲେ, କେତେକ ପୁରୁଷ ମହିଳା ବେଶରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଆମେ ସେମାନଙ୍କୁ ଚିହ୍ନଟ କରି ବାହାର କରିଛୁ । ଟେଷ୍ଟ ରେଜଲ୍ଟରେ ତାଙ୍କ ଶରୀରରୁ ଏକ୍ସୱାଇ କ୍ରୋମଜୋମ ମିଳିଥିଲା ।

ପରେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ପ୍ରବକ୍ତା ମାର୍କ ଆଡମ୍ସ କହିଥିଲେ, ଖେଳୀଫାଙ୍କ ପାସପୋର୍ଟରେ ମହିଳା ଲେଖା ହୋଇଛି ସେଥିପାଇଁ ସେ ମହିଳାଙ୍କ ଇଭେଂଟରେ ଅଂଶଗ୍ରହଣ କରୁଛନ୍ତି । ସେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଲଜେରିଆର ଟିୟାରେଟରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି । ୨୦୧୮ରେ ବିଶ୍ୱ ଚାମ୍ପିୟନଶିପରେ ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୭ତମ ସ୍ଥାନରେ ରହିଥିଲେ ।

୨୦୨୧ ଟୋକିଓ ଗେମ୍ସରେ ସେ କ୍ୱାର୍ଟର ଫାଇନାଲରେ ଆୟର୍ଲାଣ୍ଡର କ୍ୟାଲୀ ହେରିଂଟୋନଙ୍କ ନିକଟରୁ ପରାଜିତ ହୋଇଥିଲେ । ମହିଳା ବିଶ୍ୱ ଚାମ୍ପିୟନଶିପରେ ଦ୍ୱିତୀୟ ଏବଂ ୨୦୨୨ ଆଫ୍ରିକା ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମହିଳା ହୋଇଥିଲେ ମଧ୍ୟ ତାଙ୍କ ଶରୀରରୁ ଏକ୍ସୱାଇ କୋମଜୋମ ମିଳିବା ତାଙ୍କୁ ଭିନ୍ନ ଭାବେ ଗଢ଼ି ତୋଳିଛି । ଏହି ବିବାଦ ପରେ ଆଇବିଏ ମାପଦଣ୍ଡରେ କଣ ପରିବର୍ତନ ଆଣୁଛି ତାହା ଦେଖିବା କଥା ।

Comments are closed.