Latest Odisha News

BREAKING NEWS

ରାସ୍ତାରେ ଗାତ, ଗାଡି ଉପରେ ପଡିଛି କାନ୍ଥ; ବାଦଲ ଫଟା ବର୍ଷାରେ ବେହାଲ ଜାତୀୟ ରାଜଧାନୀ

ନୂଆଦିଲ୍ଲୀ: ସେ ଖରା ହେଉକି ବର୍ଷା ସବୁଥିରେ ବେହାଲ ଜାତୀୟ ରାଜଧାନୀ ଦିଲ୍ଲୀ । ଲାଗୁଛି ଯେମିତି ପ୍ରକୃତି ଏବେ ଦିଲ୍ଲୀ ଉପରେ ନାଖୁସ ଅଛି । ଖରା ଦିନେ ତତଲା ତାଓ୍ବା ଉପରେ ବସୁଥିବା ଦିଲ୍ଲୀକୁ ଏବେ ମୌସୁମୀ ଆଶ୍ବସ୍ତି ଦେବ କ’ଣ, ବର୍ଷାରେ ବି ଅସ୍ତବ୍ୟସ୍ତ ହୋଇପଡିଛି ଜାତୀୟ ରାଜଧାନୀ ଜନଜୀବନ । ଦିଲ୍ଲୀରେ ଗୋଟିଏ ଘଣ୍ଟାରେ ୧୧୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାସ୍ତା, ଗଳି କନ୍ଦି ଏମିତିକି ଘର ଭିତର ମଧ୍ୟ ଜଳବନ୍ଦୀ । ବର୍ଷାର ପରିମାଣ ବି ଏତେ ଯେ ଏଠିକାର ରାସ୍ତା, କୋଠା ଆଉ ଡ୍ରେନେଜ ବ୍ୟବସ୍ଥା ବି ନିଜର ଶେଷ ନିଶ୍ବାସ ତ୍ୟାଗ କରିସାରିଲେଣି । ରାସ୍ତା, ନାଳ ସବୁ ଏକାକାର । ଏଥିରେ ପ୍ରଭାବିତ ହୋଇ ଏଯାବତ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଦିଲ୍ଲୀ ସରକାର ସ୍କୁଲଗୁଡିକୁ ଛୁଟି ଘୋଷଣା କରିଛନ୍ତି ।

ଗୋଟେ ପଟେ ଗତ କିଛି ଦିନ ହେବ ହେଇଥିବା ଲଗାଣ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅପରପକ୍ଷରେ ଦିଲ୍ଲୀ ରାଜରାସ୍ତା ବୁଡିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଲୋକେ ଅଣ୍ଟାଏ ପାଣିରେ ବୁଡି ଯାତାୟତ କରୁଛନ୍ତି ଦିଲ୍ଲୀବାସୀ ।

ଏହାସହିତ ଗତକାଲି ଅର୍ଥାତ୍ ଅଗଷ୍ଟ ୧ରେ ଦିଲ୍ଲୀରେ ଲଗାଣ ବର୍ଷା କାରଣରୁ କିଛି ସ୍ଥାନରେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀ ଦରିଆଗଞ୍ଜ ଅଞ୍ଚଳ ସ୍ଥିତ ହାପି ସ୍କୁଲର ଦିଆଲ ଧସେଇ ପଡିବାରୁ ସେହି ପାର୍ଶ୍ବରେ ଥିବା ଅନେକ ବଡ ବଡ ଗାଡି ଏଥିରେ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପକ୍ଷରେ ସ୍ଥିତି ଅନିୟନ୍ତ୍ରଣର ବାହାରକୁ ଯାଇଥିବା ବେଳେ ତଥାପି ନିସ୍ତାର ନାହିଁ ।  ପ୍ରବଳ ରୁ ଅତିପ୍ରବଳ ବର୍ଷା ନେଇ ଆହୁରି ୨୪ ଘଣ୍ଟା ସତର୍କ ରହିବାକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି ।

Comments are closed.