Latest Odisha News

ପ୍ୟାରିସ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ଭାଙ୍ଗିଥିବା ଗେମ୍ସ ଓ ବିଶ୍ୱରେକର୍ଡ

ପ୍ୟାରିସ: ଦିନକୁ ଦିନ ପ୍ୟାରିସ ଅଲିମ୍ପିକ୍ସରେ ଆଥଲେଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ତୀବ୍ର ହେବାରେ ଲାଗିଛି । ଏହା ମଧ୍ୟରେ କେତେକ ଗେମ୍ସ ରେକର୍ଡ ଓ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ ହୋଇଛି । ଆସନ୍ତୁ ନଜର ପକାଇବା ଏହି ରେକର୍ଡଗୁଡିକ ଉପରେ ।

ତୀରନ୍ଦାଜରେ ଦକ୍ଷିଣ କୋରିଆର ଲିମ ସି ହେୟନ ମହିଳା ବ୍ୟକ୍ତିଗତ ଇଭେଂଟରେ ୬୯୪ ସ୍କୋର କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେହିପରି ଜିଓନ ହୁନ ୟଙ୍ଗ, ଲିମ ସି ହେୟନ ଓ ନାମ ସୁ ହେୟନ ମହିଳା ଟିମ ଇଭେଂଟରେ ଅଲିମ୍ପିକ ରେକର୍ଡ ଭଙ୍ଗ କରିଛନ୍ତି । ଶୁଟିଂରେ ମହିଳା ୧୦ମିଟର ଏୟାର ପିସ୍ତଲରେ ଦକ୍ଷିଣ କୋରିଆର ଓ ୟେ ଜିନ, ପୁରୁଷ ୧୦ ମିଟର ଏୟାର ରାଇଫଲରେ ଚୀନର ଶେଙ୍ଗ ଲିହାଓ, ମହିଳା ୧୦ ମିଟର ଏୟାର ରାଇଫଲରେ ଦକ୍ଷିଣ କେରିଆର ବା ହୁ ଜିନ, ପୁରୁଷ ଟ୍ରାପରେ ଗ୍ରେଟ ବ୍ରିଟେନର ନାଥାନ ହେଲ୍ସ, ଓ ମହିଳା ଟ୍ରାପରେ ଗୁଲଟମାଲାର ଆଡ୍ରିଆନ ରୁଆନୋ ଓଲିଭା ଅଲିମ୍ପିକ ରେକର୍ଡ ସ୍ଥାପନ କରିଛନ୍ତି ।

ସନ୍ତରଣରେ ଚୀନର ପା ଝାନଲେ ପୁରୁଷ ୧୦୦ ମିଟର ଫ୍ରି ଷ୍ଟାଇଲରେ, ଫ୍ରାନ୍ସର ଲିଓନ ମର୍ଚ୍ଚାଣ୍ଡ ପୁରୁଷ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ, ୨୦୦ ମିଟର ବଟରଫ୍ଲାଏରେ ଓ ୪୦୦ ମିଟର ବ୍ୟକ୍ତିଗତ ମେଡଲୀରେ ଅଲିମ୍ପିକ ରେକର୍ଡ କରିଛନ୍ତି । ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲରେ ଚୀନର ପାନ୍ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ମହିଳା ୧୦୦ ମିଟର ବଟରଫ୍ଲାଲରେ ଆମେରିକାର ଗ୍ରେଚେନ ୱାଲସ, ୪ ଗୁଣନ୧୦୦ ମହିଳା ଫ୍ରିଷ୍ଟାଇଲ ରୀଲେରେ ଅଷ୍ଟ୍ରେଲିଆ ଟିମ, ମହିଳା ୨୦୦ ମିଟର ଫ୍ରିଷ୍ଟାଇଲରେ ଅଷ୍ଟ୍ରେଲିଆର ମୋଲୀ ଓକାଲାଘାନ, ୧୦୦ ମିଟର ମହିଳା ବ୍ୟାକଷ୍ଟ୍ରୋକରେ ଅଷ୍ଟ୍ରେଲିଆର କାୟଲୀ ମ୍ୟାକକିଓନ, ମହିଳା ୧୫୦୦ ମିଟର ଫ୍ରିଷ୍ଟାଇଲରେ ଆମେରିକାର କେଟୀ ଲେଡେକି, ମହିଳା ୨୦୦ ମିଟର ବଟରଫ୍ଲାଏରେ କାନାଡାର ସମର ମ୍ୟାକଇଂଟୋଶ, ମହିଳା ୪ ଗୁଣନ ୨୦୦ ଫ୍ରିଷ୍ଟାଇଲରେ ରୀଲେରେ ଅଷ୍ଟ୍ରେଲିଆ ଟିମ ଅଲିମ୍ପିକ ରେକର୍ଡ ସ୍ଥାପନ କରିଛନ୍ତି ।

Comments are closed.