Latest Odisha News

BREAKING NEWS

ରିଲିଜ ହେଲା ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ଖେଲ ଖେଲ ମେଁ

ମୁମ୍ବାଇ: ଅକ୍ଷୟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର l ଗତ କିଛି ବର୍ଷ ଧରି ଫ୍ଲପ ଫିଲ୍ମ ଦେବା ପରେ ଆଗକୁ ଆସୁଥିବା ଅକ୍ଷୟଙ୍କ ଫିଲ୍ମ ଖେଲ ଖେଲ ମେଁକୁ ବେଶ ଉତ୍ସାହିତ ଅଛନ୍ତି ପ୍ରଶଂସକ l ଆସନ୍ତା ଅଗଷ୍ଟ ପନ୍ଦରରେ ରିଲିଜ ହେବାକୁ ଥିବା ଅକ୍ଷୟଙ୍କ ଅଭିନୀତ ଚଳଚିତ୍ର ଖେଲ ଖେଲ ମେଁ ଟ୍ରେଲର ରିଲିଜ ହୋଇଛି l ଟ୍ରେଲର ଦେଖି ଅକ୍ଷୟଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସି ଖେଳିଯାଇଛି l ବନ୍ଧୁ ମାନଙ୍କ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମରେ ଆପଣଙ୍କୁ ଡ୍ରାମା, ଆକ୍ସନ, କମେଡି ଆଦି ସବୁ ଦେଖିବାକୁ ମିଳିବ l ଫିଲ୍ମରେ ଅକ୍ଷୟଙ୍କ ସହ ତାପସୀ ପନ୍ନୁ, ବାଣୀ କପୁର, ଫର୍ଦ୍ଦିନ ଖାନ ଏବଂ ଅପାର୍‌ଶକ୍ତି ଖୁରାନା ଆଦିଙ୍କୁ ଦେଖିବାକୁ ମିଳିବ l ଏହି ଚଳଚ୍ଚିତ୍ରର କାହାଣୀ ସାଙ୍ଗମାନଙ୍କ ଗୋଷ୍ଠୀ ଉପରେ ଆଧାରିତ, ଯେଉଁମାନେ ରାତ୍ରୀ ଭୋଜନ ପାଇଁ ଭେଟନ୍ତି ଏବଂ ଏହି ସମୟରେ ପରସ୍ପର ସହ ଜଡିତ ଅନେକ ରହସ୍ୟ ସେୟାର କରନ୍ତି।

ଏହି ଫିଲ୍ମରେ ଅନେକ ବଡ ତାରକା ନଜର ଆସିଛନ୍ତି, ଯାହାକୁ ନେଇ ବିଷୟରେ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ୩ ମିନିଟ ୧୦ ସେକେଣ୍ଡର ଏହି ଟ୍ରେଲରର କିଛି ବେଷ୍ଟଫ୍ରେଣ୍ଡଙ୍କର କାହାଣୀ ଦେଖିବାକୁ ମିଳିଛି l ଯେଉଁମାନେ ପାର୍ଟି କରିବାର ପ୍ଲାନ କରିଛନ୍ତି l ଯେତେବେଳେ ସବୁ ସାଙ୍ଗମାନେ ଏକାଠି ହୋଇଯାଆନ୍ତି ସେତେବେଳେ ସମସ୍ତେ ମିଶି ଗୋଟେ ଖେଳ ଖେଳିବାକୁ ଯୋଜନା କରନ୍ତି l ଯେଉଁଥିରେ ସମସ୍ତଙ୍କୁ ନିଜ ଫୋନକୁ ଅନଲକ୍ କରି ଟେବୁଲ ଉପରେ ରଖିବାକୁ ପଡିବ l ଏହି ଖେଳର ବିଶେଷତ୍ୱ ​​ହେଉଛି ଯାହାର ପ୍ରଥମେ କଲ୍ କିମ୍ବା ମେସେଜ ଆସିବା ତାକୁ ସମସ୍ତଙ୍କ ସାମ୍ନାରେ ସେହି ମେସେଜ ପଢିବାକୁ ପଡିବ ଏବଂ ଫୋନ ଉଠାଇ କଥା ହେବାକୁ ପଡିବ l

ଏହାପରେ ଆରମ୍ଭ ହୁଏ ପ୍ରକୃତ ଖେଳ l କାରଣ କିଛି ସାଙ୍ଗ ମାନଙ୍କର ବ୍ୟକ୍ତିଗତ ଫୋନ କିମ୍ବା ମେସେଜ ସେମାନେ ତାଙ୍କ ପତ୍ନୀ ମାନଙ୍କ ଆଗରେ ପଢିବାକୁ ଚାଁହୁନଥିଲେ l ଯାହାକୁ ନେଇ ତାଙ୍କ ବ୍ୟକ୍ତିଗତ ଜୀବନରେ ଝାଡା ଆସିବା ଆରମ୍ଭ ହୋଇଥାଏ l ତେବେ ଆଗକୁ କଣ ହେବାକୁ ଯାଉଛି ସେ ବିଷୟରେ ଜାଣିବାକୁ ହେଲେ ପ୍ରଶଂସକ ମାନଙ୍କୁ ଆଉ ମାତ୍ର କିଛି ଦିନ ଅପେକ୍ଷା କରିବାକୁ ହେବ l କାରଣ ଆସ୍ତନ ଅଗଷ୍ଟ 15ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ହେବାକୁ ଯାଉଛି ଫିଲ୍ମ ଖେଲ ଖେଲ ମେଁ l

ସେପଟେ ଆଜି ରିଲିଜ ହୋଇଛି ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ବେଦା’ର ଟ୍ରେଲର । ଟ୍ରେଲର ରିଲିଜର ୨୪ ଘଣ୍ଟା ନପରୁଣୁ ୨୫ ଳକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି । ଟ୍ରେଲରରେ ଜନ୍ ଆବ୍ରାହମଙ୍କ ଆକ୍ସନ ଏବଂ ଲୁକ୍ ଦେଖି ଫ୍ୟାନ୍ସ ପସନ୍ଦ କରିଥିବା ବେଳେ ଏବେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Comments are closed.