Latest Odisha News

BREAKING NEWS

ମାଲକାନଗିରିର ଏହି ସବୁ ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍, ପରମିଟ୍ ବାତିଲ କଲେ ଆରଟିଓ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ୍ ଚଳାଚଳ । ମାଲକାନଗିରିର ୬ଟି ରୁଟରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍ । ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ବସ୍ ସବୁକୁ ବାତିଲ କରାଯାଇଛି । ଏନେଇ ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି । ସବୁ ବସ୍ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସାରା ରାଜ୍ୟରେ ମୋଟ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା । ଏହା ମଧ୍ୟରୁ ୨୮ଟି ବସ ଚଳାଚଳ ବନ୍ଦ କରାଯାଇଛି । ତେବେ ପୂର୍ବ ସରକାର ସର୍ବ ପ୍ରଥମେ ମାଲକାନଗିରି ଜିଲ୍ଲାରେ ହିଁ ପ୍ରଥମ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରିଥିଲେ । ତେବେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା କାରଣରୁ ଏପିର ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

Comments are closed.