Latest Odisha News

କୋରବା-ବିଶାଖାପାଟନମ୍ ଟ୍ରେନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବିଶାଖାପାଟନା: ଭାଇଜାଗ ଷ୍ଟେସନରେ ରବିବାର ଦିନ କୋରବା-ବିଶାଖାପାଟନମ୍ ଟ୍ରେନର ୩ଟି କୋଚରେ ନିଆଁ ଲାଗିଯାଇଛି।

ରବିବାର ସକାଳେ ଟ୍ରେନ ଭାଇଜାଗରେ ପହଞ୍ଚିଥିଲା ବେଳେ ଏହି ଅଘଟଣ ଘଟିଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।ଏହାକୁ ଦେଖି ଯାତ୍ରୀ ଭୟଭୀତ ହୋଇ ପଡିଥିଲେ। ଷ୍ଟେସନରେ ଆତଙ୍କ ଖେଳି ଯାଇଥିଲା।

ଏସି କୋଚ୍ ବି-7 ରେ ନିଆଁ ଲାଗିବା ପରେ ଅନ୍ୟ ଦୁଇ କୋଚକୁ ବ୍ୟାପିଥିଲା। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ।

ପୋଲିସର ଅନୁଯାୟୀ, ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

Comments are closed.