Latest Odisha News

ସେଲଫି ନେବାବେଳେ ଅଘଟଣ, ୧୦୦ ଫୁଟ୍ ତଳକୁ ଖସିଲେ ପର୍ଯ୍ୟଟକ

 

ମୁମ୍ବାଇ: ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ସେଲଫି ଉଠାଇବା।

ମୁମ୍ବାଇର ବୋରଣେ ଘାଟରେ ସେଲଫି ନେଉଥିବା ସମୟରେ ପର୍ଯ୍ୟଟକ ଅସାବଧାନତା ହେତୁ ୧୦୦ ଫୁଟ୍ ତଳକୁ ଖସି ପଡିଛନ୍ତି।

ସୂଚନା ଅନୁଯାୟୀ, ହଠାତ୍ ଗୋଡ଼ ଖସିଯିବାରୁ ସେ ୧୦୦ ଫୁଟ ଘାଟି ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସହାୟତାର ହାତ ବଢାଇଥିଲେ। ଆଉ ଉକ୍ତ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ତାଙ୍କ ଶରୀରରେ ଆଘାତ ଲାଗି ଥିବାବେଳେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆରେ ଉଦ୍ଧାର ବେଳର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଅପରପକ୍ଷରେ ବର୍ଷା ଋତୁ ଚାଲିଥିବାରୁ ପାହାଡିଆ ଅଞ୍ଚଳ, ଘଞ୍ଚ ଜଙ୍ଗଲ ଏବଂ ଜଳପ୍ରପାତ ଆଦି ବୁଲିଯିବା ବେଳେ ସତର୍କତା ଅବମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଲଗାଣ ବର୍ଷା ହେତୁ ସ୍ଥାନୀୟ ଜିଲ୍ଲାପାଳ ୨ରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଏହାକୁ ଖାତିର ନକରି ବୁଲିବାକୁ ଆସୁଛନ୍ତି ପର୍ଯ୍ୟଟକ।

 

 

Comments are closed.