Latest Odisha News

BREAKING NEWS

ନଭେମ୍ବର ପହିଲାରୁ ବାଣିଜ୍ୟିକ ସିଲିଣ୍ଡର ଦାମ୍ ୧୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ୧୦ ଟଙ୍କା ମହଙ୍ଗା ହୋଇଛି।

ଏହି ବୃଦ୍ଧି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନକୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଯେତେବେଳେ କି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି।

ତେବେ ସହର ଅନୁଯାୟୀ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ଭିନ୍ନ ଭିନ୍ନ। ଚେନ୍ନାଇରେ ମୂଲ୍ୟ ୨,୯୯୪ରେ ପହଞ୍ଚିଛି। ଯେତେବେଳେ କି ମୁମ୍ବାଇରେ ଏକ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨,୭୭୪ରେ ପହଞ୍ଚିଛି।

ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରେ ବ୍ୟବହୃତ ହୁଏ। ତେଣୁ, ମୂଲ୍ୟ ବୃଦ୍ଧି ବ୍ୟବସାୟର ଖର୍ଚ୍ଚକୁ ପ୍ରଭାବିତ କରିପାରେ। ଯଦି ବ୍ୟବସାୟଗୁଡ଼ିକ ବର୍ଦ୍ଧିତ ଖର୍ଚ୍ଚ ଗ୍ରାହକଙ୍କ ଉପରେ ଲଦି ଦିଅନ୍ତି, ତେବେ ଆଗାମୀ ଦିନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ବୃଦ୍ଧି ପାଇପାରେ।

ଅପରପକ୍ଷରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସତ୍ତ୍ୱେ, ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଫଳରେ ଘରୋଇ ଗ୍ରାହକଙ୍କୁ କିଛି ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.