Latest Odisha News

BREAKING NEWS

“ବିମଳ ଇଲାଇଚି” ବିଜ୍ଞାପନ; ଏଫଡିଏର ନୋଟିସ୍ ବିରୋଧରେ କୋର୍ଟ ଗଲେ ଅଜୟ ଦେବଗନ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ୍ “ବିମଳ ଇଲାଇଚି” ମାମଲାରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ଦ୍ୱାରା କରାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ଏଫଡିଏ ଅଜୟ ଦେବଗନଙ୍କୁ ଇଲାଇଚି ବିଜ୍ଞାପନରେ ନଜର ଆସିବାକୁ ନେଇ ନୋଟିସ୍ ଜାରି କରିଛି।

ଆବେଦନରେ ଅଭିଯୋଗ କରାଯାଇଛି ଯେ ନିର୍ମାତା କମ୍ପାନୀ ବଦଳରେ ତାଙ୍କୁ ମନଇଚ୍ଛା ନୋଟିସ୍ ଜାରି କରାଯାଇଥିଲା। ମୁଖ୍ୟ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠି ଏବଂ ବିଚାରପତି ଅଦ୍ୱୈତ ସେଠନାଙ୍କ ଏକ ଡିଭିଜନ ବେଞ୍ଚ ନଭେମ୍ବର ୪ରେ ମାମଲାର ଶୁଣାଣି କରିବେ ବୋଲି ଆଶା କରାଯାଉଛି।

ଏଫଡିଏ ନୋଟିସରେ କହିଛି ଯେ ଏହି ବିଜ୍ଞାପନ ପରୋକ୍ଷ ଭାବରେ ପାନ ମସଲାକୁ ପ୍ରୋତ୍ସାହିତ କରିଥିଲା, ଯାହା ମହାରାଷ୍ଟ୍ରରେ ନିଷିଦ୍ଧ ଏକ ଉତ୍ପାଦ। ବିଜ୍ଞାପନରେ ଦେଖାଯାଇଥିବା ଅଭିନେତା ଶାହରୁଖ ଖାନ ଏବଂ ଟାଇଗର ଶ୍ରଫଙ୍କୁ ସମାନ ନୋଟିସ୍ ଜାରି କରାଯାଇଥିଲା।

ଏଫଡିଏ କମିଶନର ତୁକାରାମ ମୁଣ୍ଡେ କହିଛନ୍ତି ଯେ କଥିତ ଉଲ୍ଲଂଘନ ପାଇଁ ଏଫଡିଏ ଶାହରୁଖ, ଅଜୟ ଏବଂ ଟାଇଗର ଶ୍ରଫଙ୍କ ବିରୁଦ୍ଧରେ ତଦନ୍ତ କରି ନିୟମରେ ଉଲ୍ଲଂଘନ ହୋଇଥିବା ପାଇଛି।ପରବର୍ତ୍ତୀ ସପ୍ତାହରେ ନିଷ୍ପତ୍ତି ପାଇଁ ମାମଲାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଅପରପକ୍ଷରେ ଅଜୟ ହାଇକୋର୍ଟକୁ ଯିବା ସତ୍ତ୍ୱେବିଭାଗ ଏହାର କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ଜଣାପଡିଛି।

Leave A Reply

Your email address will not be published.