Latest Odisha News

ପୁଣି ଟ୍ରେନ ଦୁର୍ଘଟଣା; ଦିଲ୍ଲୀ-ସାହାରନପୁର ମେମୁ ଲାଇନଚ୍ୟୁତ

ନୂଆଦିଲ୍ଲୀ: ଦିଲ୍ଲୀ-ସାହାରନପୁର ମେମୁ ଟ୍ରେନର ଦୁଇ କୋଚ୍ ରବିବାର ଦିନ ଉତ୍ତରପ୍ରଦେଶର ସାହାରନପୁର ରେଳ ଷ୍ଟେସନ ୟାଡରେ ଲାଇନଚ୍ୟୁତ ହୋଇପଡିଛି।

ଏହାକୁ ମିଶାଇ ମାତ୍ର ୧୮ଦିନ ମଧ୍ୟରେ ସାରା ଦେଶରେ ୧୦ଟି ଟ୍ରେନ୍ ଦୁର୍ଘଟଣା ଘଟିଲାଣି।

ତେବେ ଅଧିକାରୀଙ୍କ କହିବାନୁସାରେ, କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଘଟଣା ପରେ ଦୁର୍ଘଟଣାଗ୍ରସ୍ତ କୋଚକୁ ଟ୍ରାକକୁ ଫେରାଇ ଆଣିବା ସହ ଦିଲ୍ଲୀ-ସାହାରନପୁର ରେଳ ମାର୍ଗକୁ ସଫା କରିବା ପାଇଁ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଟ୍ରେନ୍ ଟି ଟ୍ରାକ୍ ପରିବର୍ତ୍ତନ କରୁଥିବାବେଳେ ବୈଷୟିକ ତ୍ରୁଟି ହେତୁ ଯାତ୍ରୀବାହୀ ଟ୍ରେନର କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

 

Comments are closed.