Latest Odisha News

BREAKING NEWS

ମହାପ୍ରଭୁଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ସୋମବାର ଶ୍ରାବଣ ଶୁକ୍ଲ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆଜି ଅପରାହ୍ନ ୫ଟାଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଆଜି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ଭିତରୁ ଜୟବିଜୟ ଦ୍ବାର ବନ୍ଦ କରାଯିବ। ଖସାପଡ଼ା ନୀତି ଶେଷ ହେବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ।

ସୂଚନା ଥାଉକି, ଗତକାଲି ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦ୍ୱାରପାଳ ପୂଜା ଚାଲିଥିବା ସମୟରେ ଏହି ବିବାଦ ଦେଖାଯାଇଥିଲା। ପୂଜା ପଣ୍ଡା ସେବାୟତ ଦ୍ୱାରପାଳ ପୂଜା କରୁଥିବା ସମୟରେ ପିଣ୍ଡି ଉପରେ ଚଡିଯାଇଥିଲେ ପ୍ରଧାନୀ ସେବାୟତ। ଏହାକୁ ନେଇ ସମ୍ପୃକ୍ତ ପ୍ରଧାନୀ ସେବାୟତଙ୍କୁ ବାହାରକୁ ବାହାର କରିଥିଲେ ପୂଜାପଣ୍ଡା ସେବାୟତ। ତେବେ ପୂଜାରେ ବ୍ୟାଘାତ ହେବାରୁ ମାଘସ୍ନାନ ପାଇଁ ଜିଦ ଧରିଥିଲେ ପୂଜାପଣ୍ଡା। ଶ୍ରୀ ମନ୍ଦିର ପ୍ରଶାସନ ପାଖରେ ଏହି ଖବର ପହଞ୍ଚିବା ପରେ ନୀତି ପ୍ରଶାସକ ଶ୍ରୀମନ୍ଦିର ଆସି ପାଳିଆ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଦ୍ୱାରପାଳ ପୂଜା ସମୟରେ ବସିଥିବା ଭୋଗକୁ ପୋତାଯିବ ସହ ମାଘସ୍ନାନ ପାଇଁ ନୀତି ପ୍ରଶାସକଙ୍କ ପାଖରେ ଜିଦ ଧରିଥିଲେ ପୂଜାପଣ୍ଡା ସେବାୟତ ଯାହା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି ବନ୍ଦ ରହିବା ସହ ଦର୍ଶନ ମଧ୍ୟ ବନ୍ଦ ରହିଥିଲା।

Comments are closed.