Latest Odisha News

BREAKING NEWS

ବିଦ୍ୟୁତ୍‌ ଆଘାତରେ ୯ କାଉଡିଆ ମୃତ

ପାଟନା: ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୯ କାଉଡିଆଙ୍କ ମୃତ୍ୟୁ। ବିହାରର ବୈଶାଲି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ବୈଶାଲି ଜିଲ୍ଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଅଘଟଣ ଘଟିଛି। ୬ରୁ ଅଧିକ କାଉଡିଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ମୃତକମାନେ ଗୋଟିଏ ଗାଁର ଓ ସେମାନଙ୍କ ବୟସ ୧୫ରୁ ୨୦ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଶିବ ମନ୍ଦିରରେ ଜଳଲାଗି ନିମନ୍ତେ ପହଲେଜା ଘାଟ ଅଭିମୁଖେ ଯାତ୍ରା କରୁଥିଲେ। ମାତ୍ର ରାତିର ଅନ୍ଧକାରରେ ଡିଜେ ବଜାଇ ଯିବା କାଳ ହେଲା। ଡିଜେ ମେଶିନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଘଟିଲା ଅଘଟଣ ।

ଘଟଣାସ୍ଥଳରେ ୯ ଜଣ କାଉଡ଼ିଆ ଗୁରୁତର ହୋଇ ଯାଇଥିଲେ। ତୁରନ୍ତ ସମସ୍ତଙ୍କୁ ସ୍ଥାନୀୟ ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.