Latest Odisha News

ଉକୁଣୀ ପାଇଁ ବିମାନର ଜରୁରୀ ଅବତରଣ! 

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲସ୍-ନ୍ୟୁୟର୍କ ଏୟାରଲାଇନ୍ସର ବିମାନ ସହ ଜଡିତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଆମେରିକାର ଏୟାରଲାଇନ୍ସର ଏକ ବିମାନରେ ମହିଳା ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ବାହାରିବାରୁ ଫ୍ଲାଇଟର ଜରୁରୀ ଅବତରଣ କରାଯାଇଛି।

ଫିନିକ୍ସରେ ଜରୁରୀକାଳୀନ ଅବତରଣ କରିଥିଲା ବିମାନ। ତେବେ ଏହି ବିମାନ ଲସ୍ ଆଞ୍ଜେଲସ୍ ରୁ ନ୍ୟୁୟର୍କ ଯାଉଥିଲା।

ବିମାନରେ ଥିବା ଅନ୍ୟ ଜଣେ ଯାତ୍ରୀ ଜୁଡେଲସନ୍ ଙ୍କ କହିବାନୁସାରେ, ଯେତେବେଳେ ଆମେ ଫିନିକ୍ସରେ ଅବତରଣ କଲୁ ସେତେବେଳେ ଆମକୁ ଏକ ଇମେଲ୍ ଆସିଲା। ହୋଟେଲରେ ରହିବା ପାଇଁ ଭାଉଚର୍ ଦିଆଯାଇଥିଲା। ଉଡାଣକାରୀ ଦଳ ଏହି ଡାଇଭର୍ସନ ବିଷୟରେ ସାମାନ୍ୟ ସୂଚନା ଦେଇଥିଲେ ଯାହାକୁ ନେଇ ଯାତ୍ରୀମାନେ ବିବ୍ରତ ହୋଇଯାଇଥିଲେ।

କିନ୍ତୁ ପରେ ଆମେରିକୀୟ ଏୟାରଲାଇନ୍ସ ଏକ ବିବୃତ୍ତି ଜାରି କରି କହିଥିଲା ଯେ ମେଡିକାଲ ଏମରଜେନ୍ସି ପାଇଁ ବିମାନଟିକୁ ଡାଇଭର୍ଟ କରାଯାଇଛି।

 

Comments are closed.