Latest Odisha News

ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀ ଜଳସ୍ତର, ନାହିଁ ବନ୍ୟା ଆଶଙ୍କା

ସମ୍ବଲପୁର: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣ ବଢୁଛି ହୀରାକୁଦ ଜଳସ୍ତର । ଫଳରେ ରାଜ୍ୟରେ ମହାନଦୀ ପ୍ରମୁଖ ଅନ୍ୟାନ୍ୟ ନଦୀ, ନାଳ ପୁରିଥିବାରୁ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବନ୍ୟା ଆଶଙ୍କା କରାଯାଉଥିବା ବେଳେ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ।

ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ହୀରାକୁଦ ଜଳସ୍ତର ୬୧୦ ଫୁଟ ରହିଛି । ୨ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨.୫ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଏଥିସହିତ ଖଇରମାଳ, ବାଙ୍କୀ, ସୋନପୁର, ନୟାଗଡ ସମେତ ତେଲ ସବ ବେସିନ କଲାହାଣ୍ଡି ଓ ବଲାଙ୍ଗୀରରେ ପ୍ରବଳ ବର୍ଷା କାରଣରୁ ମହାନଦୀ ଜଳ ସ୍ତର ବଢୁଛି ।

ଅନ୍ୟପକ୍ଷରେ ଛତିଶଗଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦରେ ମଧ୍ୟ ଅଧିକ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ସୁଦ୍ଧା ଖଇରମାଳରେ ୬ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ ପରେ ମୁଣ୍ଡଳୀରେ ୪ ଲକ୍ଷ କ୍ୟୁସେକ ଜଳ ରହିଥିବା ବେଳେ ଏହା ବଢି ୬ ଲକ୍ଷ ହେବାର ଆକଳନ କରାଯାଇଛି ।  ତେବେ ଆଉ ହୀରାକୁଦର କେତେ ଗେଟ ଖୋଲିବ, ବନ୍ୟା ସ୍ଥିତି ନେଇ କ’ଣ ପରିସ୍ଥିତି ରହିଛି ଏଥିପାଇଁ ହାଇ ଲେଭୁଲ ସ୍ପେସିଆଲ କମିଟି ବୈଠକରେ ଆଲୋଚନା ହେବ ।

ଅପରପକ୍ଷରେ ଅନ୍ୟ ସବୁ ନଦୀ ବିପଦ ସଂକେତ ତଳେ ରହିଥିବା ବେଳେ କେବଳ ମହାନଦୀରେ ଜଳସ୍ତର ବଢିବ । ଏଥିରେ ବନ୍ୟା କୌଣସି ଆଶଙ୍କା ନାହିଁ । ଅପେକ ସ୍ଥନରେ ପ୍ରବଳ ବର୍ଷା କାରଣରୁ ଗାଁ ବୁଡିଛି । ଲଗାଣ ବର୍ଷା କାରଣରୁ ଅନେକ ସ୍ଥାନରେ ଫ୍ଲାସ ଫ୍ଲଡ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଯନ୍ତ୍ରୀ ।

Comments are closed.