Latest Odisha News

BREAKING NEWS

ତୁମେ ଆମ ଚାମ୍ପିଅନ୍; ଭିନେଶଙ୍କ ପାଇଁ ଭାରତୀୟ ଅଲିମ୍ପିକ ସଂଘ ସଭାପତିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ଭିନେଶ ଫୋଗଟ। ଏହି ଘଟଣା ରେ ମ୍ରିୟମାଣ ହୋଇପଡିଛନ୍ତି ସାରା ଭାରତବାସୀ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ, “ଭିନେଶ ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ। ତୁମେ ଭାରତ ଓ ସାରା ଭରତୀୟଙ୍କ ପାଇଁ ଗର୍ବ ଏବଂ ପ୍ରେରଣା। ଆଜିର ନିଷ୍ପତ୍ତି ଖୁବ ଦୁଃଖଦାୟକ। ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ। ଏହା ସହିତ, ମୁଁ ଜାଣେ ଯେ ଆପଣ ଧୈର୍ଯ୍ୟର ପ୍ରତୀକ ଅଟନ୍ତି। ଆହ୍ବାନକୁ ସାମ୍ନା କରିବା ସବୁବେଳେ ଆପଣଙ୍କ ସ୍ୱଭାବ ରହିଆସିଛି। ଅଧିକ ଦୃଢ଼ ହୋଇ ଆପଣ ଠିଆ ହେବେ! ଆମେ ସମସ୍ତେ ଆପଣଙ୍କୁ ସମର୍ଥନ କରୁଛୁ”।

ଅଧିକ ପଢନ୍ତୁ- ଭିନେଶ ଫୋଗଟ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଖାଲି ଏତିକି ନୁହେଁ ଭିନେଶଙ୍କ ଡିସକ୍ୱାଲିଫାଇଡକୁ ନେଇ ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେମିତି ତାଙ୍କୁ ସହାୟତା କରାଯାଇପାରିବ ସେନେଇ ଆଲୋଚନା ମଧ୍ଯ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ୩ଟି ମୁକାବିଲା ଜିତି ଭିନେଶ ଫାଇନାଲରେ ପ୍ରବେଶ କରି ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ସ୍ୱର୍ଣ୍ଣ ଆଶା ସଂଚାର କରିଥିଲେ । ସେମିଫାଇନାଲରେ ସେ କ୍ୟୁବାର ଗୁଜମାନ ଲୋପେଜିଙ୍କୁ ୫-୦ରେ ପରାସ୍ତ କରିଥିଲେ।

ଅଧିକ ପଢନ୍ତୁ- ଅଯୋଗ୍ୟ ଘୋଷିତ ହେଲେ ଭିନେଶ ଫୋଗଟ, ପଦକ ହାସଲ ଆଶା ବି ଗଲା

ଏହା ପୂର୍ବରୁ ଅପରାଜେୟ ବିବେଚନା କରାଯାଉଥିବା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାପାନର ୟୁଇ ସୁସାକୀଙ୍କୁ ପରାସ୍ତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଯୋଗ୍ୟ ଘୋଷିତ ହେଲା ପରେ ପ୍ୟାରିସ୍ ଅଲିମ୍ପିକ୍ସ ରେ ଭିନେଶ ଆଉ କୌଣସି ପଦକ ଜିତିବେ ନାହିଁ।

 

 

Comments are closed.