Latest Odisha News

ହିଂସା ନିଆଁରେ ଜଳୁଛି ବାଂଲାଦେଶ; ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଢାକାରୁ ଫେରିଲେ ୨୦୫ ଭାରତୀୟ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣକୁ ନେଇ ଲାଗିରହିଛି ଅଶାନ୍ତ ପରିସ୍ଥିତି । ଚାରିଆଡେ ହିଂସାକାଣ୍ଡ ଓ ବିଦ୍ରୋହ ଅତି ଉଗ୍ର ରୂପ ନେଲାଣି । ଏହାରି ଭିତରେ ସେଠାରେ ଫଶି ରହିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରକ୍ରିାୟ ଆରମ୍ଭ କରିଦେଇଛନ୍ତି ।

ଆଜି ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ୬ ଜଣ ଶିଶୁଙ୍କ ସମେତ ୨୦୫ ଜଣ ଭାରତୀୟ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ବାଂଲାଦେଶ ରାଜଧାନୀକୁ ଚାର୍ଟାର୍ଡ ​​ବିମାନ ଏ୩୨୧ ନିଓ ବିମାନ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ବିମାନ ଢାକା ଠାରୁ ୨୦୫ ଜଣ ଭାରତୀୟ ଙ୍କୁ ଫେରାଇ ଆଣିଥିଲା । ଯେଉଁ ମାନଙ୍କ ମଧ୍ୟରେ ୧୯୯ ଜଣ ବୟସ୍କ ଏବଂ ୬ ଶିଶୁ ରହିଛନ୍ତି ।

ତେବେ ଏୟାର ଇଣ୍ଡିଆ ବୁଧବାର ଠାରୁ ରାଜଧାନୀ ଦିଲ୍ଲୀରୁ ଢାକାକୁ ଦନିକ ଦୁଇଟି ବିମାନ ପୁନଃ ଆରମ୍ଭ କରିବ ବୋଲି ସୂଚନା ରହିଛି ।

Comments are closed.