Latest Odisha News

BREAKING NEWS

ଭିନେଶ ଅଯୋଗ୍ୟ ହେବା ଏକ ଷଡଯନ୍ତ୍ର ପରି ମନେ ହେଉଛି

ପ୍ୟାରିସ: ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ଏବେ ବି ଭାରତୀୟ କ୍ରୀଡାପ୍ରେମୀ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଭାରତ ପାଇଁ ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିଥିବା ବିଜେନ୍ଦର ସିଂ ଏ ନେଇ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଭିନେଶ ମାତ୍ର ୧୦୦ ଗ୍ରାମ ପାଇଁ ଅଯୋଗ୍ୟ ଘୋଷିତ ହେବା ପଛରେ କିଛି ଷଡଯନ୍ତ୍ର ରଚାଯାଇଥିବା ଆଶଙ୍କା କରାଯାଉଛି । ଆମେ ଖେଳାଳିମାନେ ଗୋଟିଏ ଦିନରେ ୫ରୁ ୬ କିଗ୍ରା ଓଜନ କିପରି କମାଯାଏ ତାହା ଭଲ ଭାବେ ଜାଣିଛୁ । ଭୋକ ଓ ଶୋଷକୁ କିପରି ନିୟନ୍ତ୍ରଣରେ ରଖାଯାଇପାରିବ ତାହା ଆମକୁ ଜଣା ।

କ୍ରୀଡାରେ ଭାରତର ଉନ୍ନତିକୁ ଅନେକ ଗ୍ରହଣ କରିପାରୁ ନାହାନ୍ତି । ସବୁବେଳେ ଆମ ପାଇଁ ଷଡଯନ୍ତ୍ର ରଚାଯାଉଛି । ଭିନେଶଙ୍କ ମନରେ ଯାହା କିଛି ଘଟୁଥିବ ତାହା ମୁଁ ଭଲ ଭାବେ ଜାଣେ । ପ୍ରଥମ ମହିଳା ରେସଲର ଭାବେ ଭାବେ ଫାଇନାଲରେ ପ୍ରବେଶ କରି ଭିନେଶ ଇତିହାସ ରଚିଥିଲେ । ୧୦୦ଗ୍ରାମର ଓଜନ ଆମଠାରୁ ଅନେକ କିଛି ଛଡେଇ ନେଇଛି ।

Comments are closed.