Latest Odisha News

BREAKING NEWS

‘ଆଗକୁ ଆସୁଛି ବିପଦ ପ୍ରସ୍ତୁତ ରହୁ ଭାରତ, ଆମେ ଏବେ ଏକୁଟିଆ ହେଇଗଲୁ’

ନୂଆଦିଲ୍ଲୀ: ବାଂଲାଦେଶ ପ୍ରସଙ୍ଗରେ ଜାତୀୟ ସମ୍ମିଳନୀ ମୁଖ୍ୟ ତଥା ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦ୍ଦୁଲ୍ଲା ହଜ ନୀତି ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନକୁ ନେଇ ସରକାରଙ୍କୁ ଆଟାକ କରିଛନ୍ତି । ଏହା ସହିତ ବାଂଲାଦେଶ ହିଂସା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣା ଉପରେ ଫାରୁକ ଅବଦ୍ଦୁଲା କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି ।

ସେ କହିଛନ୍ତି ଯେ, ଆମ ଦେଶ ଅଲଗା ଆଉ ବାଂଗଲାଦେଶ ଅଲଗା ଅଟେ । ଶେଖ୍ ହସିନା ଭାରତ ସମର୍ଥକ । କିନ୍ତୁ, ସେଠାକାର ଲୋକ ନୁହଁନ୍ତି । ଏବେ ସେଠି ଯାହା ଘଟୁଛି ସେଥିପାଇଁ ଆମ ଦେଶ ବିପଦ ର ମୁକାବିଲା ପାଇଁ ପ୍ରସ୍ତୁତ ହେବା ଉଚିତ୍ । ଆଜି ଆମର କୌଣସି ପଡୋଶୀ ଦେଶ ଆମର ବନ୍ଧୁ ହୋଇ ନାହାଁନ୍ତି । ସେ ପାକିସ୍ତାନ ହେଉ କି ନେପାଳ, ବାଂଲାଦେଶ କିମ୍ବା ଶ୍ରୀଲଙ୍କା ହେଉ । ଆମେ ଏବେ ଏକୁଟିଆ ହୋଇଯାଇଛେ ।

ଅବଦୁଲ୍ଲା ଆହୁରି କହିଛନ୍ତି, ବଡ ଭାଇ (ଭାରତ) ତାଙ୍କ ସାନ ଭାଇମାନଙ୍କୁ କ୍ରୋଧିତ କରିଦେଇଛି ଯାହା ଦୁର୍ଭାଗ୍ୟଜନକ ଅଟେ । ଏହି ପ୍ରତିଷ୍ଠା ପୁନଃ ସ୍ଥାପିତ ହେବା ଉଚିତ୍ । ଭାରତ ଏକ ବଡ ଭାଇ ଭାବରେ ନିଜର କର୍ତ୍ତବ୍ୟ କରିବା ଉଚିତ୍ । ଭାରତୀୟମାନେ ଏକାଠି ବସି ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ ଯାହା ଦ୍ବାରା ପଡୋଶୀ ଦେଶ ଆମର ବନ୍ଧୁ ହୋଇପାରିବେ ।

Comments are closed.