Latest Odisha News

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା; ୧୪ ମୃତ, ୧୦ ନିଖୋଜ

ଶିମଲା: ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ ଜଣ ନିଖୋଜ ଅଛନ୍ତି। ସାମେଜ ଓ ବାଗି ବ୍ରିଜ୍‌ ଅଞ୍ଚଳରେ ପ୍ରବଳ ବର୍ଷାରେ ଭାସିଗଲେ ଲୋକେ। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଘଟଣାସ୍ଥଳରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଯାବତ ୧୦ ଜଣ ନିଖୋଜ ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବୁଧବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଶ୍ରୀଖଣ୍ଡ ନିକଟରେ ବାଦଲଫଟା ବର୍ଷା ହୋଇଛି। ସମେଜ ଓ ବେଗି ବ୍ରିଜ୍‌ ନିକଟରେ ପ୍ରବଳ ବର୍ଷା ଯୋଗୁ ପାଖାପାଖି ୪୫ରୁ ଅଧିକ ଲୋକ ଭାସି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନେକ ଏବେବି ନିଖୋଜ ଅଛନ୍ତି।

ଗୁରୁବାର ସକାଳ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଯେପରି ବିଳମ୍ବ ନହେବା ସେଥିପାଇଁ ହିମାଚଳ ପ୍ରଦେଶକୁ ଏନଡିଆରଏଫ ଟିମ୍‌ ପଠାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଯୋଗୀନ୍ଦର ନଗରରେ ସର୍ବାଧିକ ୧୧୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଗକୁ ଆହୁରି ପ୍ରବଳ ବର୍ଷା ସମ୍ଭାବନା ଥିବା ଯୋଗୁଁ ବିଭିନ୍ନ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

 

Comments are closed.