Latest Odisha News

BREAKING NEWS

ସରୁନି ରସିକ ସତ୍ୟଜିତର ଗୁମର, ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ

ଭୁବନେଶ୍ୱର: ଯେତେ ଖୋଳୁଛି ସେତେ ବାହାରୁଛି ୯୯ ରାଣୀଙ୍କ ମନର ରାଜା ରସିକନାଗର ସତ୍ୟଜିତର ଗୁମର l ଅଧିକ ଗୁମର ବାହାର କରିବା ପାଇଁ ରାଜ୍ୟ ବାହାରକୁ ଯିବ କମିଶନରେଟ୍ ପୋଲିସ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ l ସତ୍ୟଜିତ୍ ସମ୍ପର୍କ ରଖିଥିବା ବାହାର ରାଜ୍ୟର ମହିଳାଙ୍କୁ ଭେଟିବ ଟିମ୍ l ପୀଡ଼ିତାଙ୍କ ସହ ଆଲୋଚନା କରି ଅଭିଯୋଗ ଗ୍ରହଣ କରିବ କମିଶନରେଟ ପୋଲିସ l ପୋଲିସର କହିବା ଅନୁସାରେ କଲିକତା ଓ ରାୟପୁରରେ ଏକାଧିକ ଡିଭୋର୍ସିଙ୍କ ସହ ସମ୍ପର୍କ ରଖିଥିଲା ସତ୍ୟଜିତ l ସତ୍ୟଜିତ୍ ଗିରଫ ପରେ ତା ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି ଜଣେ ମହିଳା l ତେବେ ରସିକ ସତ୍ୟଜିତକୁ ପୁଣି ଥରେ ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଆବେଦନ କରିଛି ପୋଲିସ l

ସୂଚନା ଅନୁସାରେ, ଦୁଇ ଦିନିଆ ରିମାଣ୍ଡରେ ନେଇ ରସିକ ସତ୍ୟଜିତର ଅନେକ ରହସ୍ୟ ଖୋଲିଛି କମିଶନରେଟ ପୋଲିସ । ପୂର୍ବରୁ ୪୯ ଜଣ ମହିଳାଙ୍କ ସହ ଲିଙ୍କ ଥିବା ନେଇ କୁହାଯାଉଥିବା ବେଳେ ଏବେ ପ୍ରକୃତ ସତ ବାହାରିଛି l ୪୯ ନୁହେଁ ବରଂ ୯୯ ମହିଳାଙ୍କ ସହ ଥିଲା ସତ୍ୟଜିତର ସମ୍ପର୍କ । ରିମାଣ୍ଡରେ ନେଇ ପଚରା ଉଚରା ସମୟରେ ଫେକ୍ ପୋଲିସ ଆଇଡି ସହ ପାସପୋର୍ଟ ଜବତ କରିଛି ପୋଲିସ । ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଜଣାପଡିଛି । ଏଥିସହିତ ଅଭିଯୁକ୍ତ ଅନେକ ମହିଳାଙ୍କ ଭିଡ଼ିଓ ସୁଟ କରି ଯେଉଁ ପେନଡ୍ରାଇଭରେ ରଖିଥିଲା ତାହାକୁ ମଧ୍ୟ ଜବତ କରିଛି ପୋଲିସ ।

Comments are closed.