Latest Odisha News

ଫୁଲୁଛିମହାନଦୀ, ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା l ଫଳରେ ଫୁଲୁଛି ମହାନଦୀ । ବର୍ତ୍ତମାନ ମୁଣ୍ଡୁଳି ଠାରେ ୫.୭୮ ଲକ୍ଷ କୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି । ସେପଟେ ମହାନଦୀର ଜଳସ୍ତର ବଢୁଥିବା ଦେଖି ୧୦ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ଏସଆରସି l ବିଶେଷକରି ତଳିଆ ଅଞ୍ଚଳ ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସମ୍ବଲପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ସତକ ରହିବାକୁ ପରାମର୍ଶ ଦିଆଯାଇଛି l ପାଣି ପଶିଥିବା ରାସ୍ତା ଓ ପୋଲ ଉପରେ ଯାତାୟାତ ନକରିବାକୁ ପରାମର୍ଶ ।

ମହାନଦୀରେ ଜଳସ୍ତର ବଢ଼ୁଥିବାରୁ ସେପଟେ ଉଛୁଳିଲାଣି ଶାଖାନଦୀ । ଫଳରେ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ବାଙ୍କୀ ବିଲିପଡାରୁ ତାଳବସ୍ତ ରାସ୍ତାରେ ୪ ପୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ବିଲିପଡା ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହେଇଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଆଜି ହୀରାକୁଦ ଆଉ ୬ଟି ଗେଟ ଖୋଲିଛି l ବର୍ତ୍ତମାନ ୧୪ଟି ଗେଟ ଦେଇ ବନ୍ୟାଜଳ ପ୍ରଭାହିତ ହେଉଛି l

Comments are closed.