Latest Odisha News

BREAKING NEWS

ସକ୍ରିୟ ହେଲା ଘୂର୍ଣ୍ଣିବଳୟ, ଆହୁରି ୨ ଦିନ ବର୍ଷିବ

ଭୁବନେଶ୍ବର: ସକ୍ରିୟ ହେଲା ଘୂର୍ଣ୍ଣିବଳୟ । ପଶ୍ଚିମ ଝାଡଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଅନେକ ରାଜ୍ୟରେ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏହାସହିତ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଏହା ଆହୁରି ଦୁଇ ଦିନ ବର୍ଷିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୭ରୁ ୧୧ ମି.ମି ବର୍ଷାର ସମ୍ଭାବନା ନେଇ ୯ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ଝଡବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ କେନ୍ଦୁଝରରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଭାରି ବର୍ଷା ରେକର୍ଡ କରାଯାଇଛି । ନୟାଗଡ଼ରେ ସର୍ବାଧିକ ୪୯.୦ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଢେଙ୍କାନାଳରେ ୪୫.୨ ମି.ମି., ତାଳଚେର ୩୫.୦ ମି.ମି., ବାରିପଦା ୩୦.୨ ମି.ମି ଏମଂ ନବରଙ୍ଗପୁରରେ ୧୬.୪ ମିମି ବର୍ଷା ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ଯାହାକୁ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି ।

Comments are closed.