Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସ: ଉଦଯାପନୀ ଉତ୍ସବରେ ମନୁଙ୍କ ସହ ଭାରତର ଧ୍ୱଜବାହକ ହେବେ ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଶୁଟର ମନୁ ଭାକରଙ୍କ ସହ ମହାନ ହକି ଖେଳାଳି ପିଆର ଶ୍ରୀଜେଶ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମନୁଙ୍କ ନାମ ଘୋଷଣା ହୋଇ ସାରିଥିଲା । ଏବେ ଶ୍ରୀଜେଶଙ୍କ ନାମ ଏଥିରେ ସାମିଲ କରାଯାଇଛି । ଭାରତୀୟ ହକି ପୁରୁଷ ଟିମ ବ୍ରୋଞ୍ଜ ପଦକ ଜିତିବା ପରେ ଶ୍ରୀଜେଶ ଅବସର ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ ପଦକ ହାସଲ କରିବା ପରେ ବିଦାୟ ନେବାର ଉପଯୁକ୍ତ ସମୟ ଆଉ କଣ ହୋଇପାରେ ବୋଲି ସେ କହିଥିଲେ ।

ହକିରୁ ଅବସର ନେବା ମୋ ଏକ କଷ୍ଟସାଧ୍ୟ ନିଷ୍ପତି ଥିଲା । ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବା ଆମ ମନରେ ବିଶ୍ୱାସ ଭରିଥିଲା । ଏବେ ଯୁବ ପିଢ଼ୀ ଆଗକୁ ଏହି ଧାରା ବଜାୟ ରଖିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ମନୁ ୨ଟି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଉଭୟ ଉପସ୍ଥିତି ନିଶ୍ଚିତ ଭାବେ ଭାରତୀୟଙ୍କ ଛାତି ଚଉଡା କରିବା ବୋଲି ଭାରତୀୟ ଅଲିମ୍ପିକ କମିଟି ପକ୍ଷରୁ କୁହାଯାଇଛି ।

Comments are closed.