Latest Odisha News

ଅଲିମ୍ପିକ୍ସ ପାଇଁ ସର୍ଜରୀ କରୁ ନ ଥିଲି : ନୀରଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ଜଙ୍ଘ ଭିତରେ ଥିବା ମାଂସପେଶୀଜନିତ ସମସ୍ୟାରେ ମୁଁ ଦୀର୍ଘ ଦିନ ହେବ ପଡି ରହିଛି । ସର୍ଜରୀ କରିବା ପାଇଁ ଡାକ୍ତର ବାରମ୍ବାର ପରାମର୍ଶ ଦେଇଛନ୍ତି । ସର୍ଜରୀ କରିଥିଲେ ମୁଁ ପ୍ୟାରିସ ଅଲିମ୍ପିକ୍ସରେ ଖେଳି ପାରି ନଥାନ୍ତି । ଏଥିପାଇଁ ମୁଁ ଏହାଠାରୁ ଦୂରେଇ ରହିଥିଲି । ଟ୍ରାକ ଆଣ୍ଡ ଫିଲ୍ଡରେ ଅଲିମ୍ପିକ ଜିତିବାରେ ସେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ସୁଶୀଲ କୁମାର, ପିଭି ସିନ୍ଧୁଙ୍କ ପରେ କ୍ରମାଗତ ୨ଟି ଅଲିମ୍ପିକ୍ସରେ ସେ ପଦକ ଜିତିଛନ୍ତି ।

ପାକିସ୍ତାନର ଅର୍ଶାଦ ନଦୀମ ୯୨.୯୭ ମିଟର ସହ ନୂତନ ଅଲିମ୍ପିକ ରେକର୍ଡ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ନୀରଜ ୮୯.୪୫ ମିଟର ଦୂରତାକୂ ଥ୍ରୋ କରିଥିଲେ । ଆଘାତ ସମସ୍ୟା ଯୋଗୁ ମୁଁ ସାମାନ୍ୟ ଦ୍ୱନ୍ଦ୍ୱରେ ରହିଥିଲି । ଏହାର ପ୍ରଭାବ ପ୍ରଦର୍ଶନ ଉପରେ ପଡିଥିଲା । ଖୁବ ଶୀଘ୍ର ୯୦ ମିଟର ଊର୍ଦ୍ଧ୍ୱକୁ ଥ୍ରୋ କରି ଭାରତ ପାଇଁ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ଉଦ୍ୟମ କରିବି । କ୍ରମାଗତ ଭାବେ ମୋ ପ୍ରଦର୍ଶନ ସ୍ତର ସୁଧୁରିବାରେ ଲାଗୁଛି । ଆଗକୁ ଏହା ଜାରୀ ରହିବ ବୋଲି ସେ କହିଛନ୍ତି । ଏବେ ସର୍ଜରୀ କରାଇ ସମ୍ପୂର୍ଣ୍ଣ ଭାବେ ଫିଟ ହେବା ପାଇଁ ଉଦ୍ୟମ କରିବି ବୋଲି ନୀରଜ କହିଛନ୍ତି ।

Comments are closed.