Latest Odisha News

BREAKING NEWS

କାମ୍ବଲୀଙ୍କ ବନ୍ଧୁ କହିଲେ ସେ ସୁସ୍ଥ ଅଛନ୍ତି

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ନିଜ ଗୋଡରେ ଛିଡା ହୋଇ ପାରୁ ନ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପରେ କ୍ରିକେଟରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ । ଏବେ କାମ୍ବଲୀଙ୍କ ଅତି ନିକଟତମ ବନ୍ଧୁ କହିଛନ୍ତି ସେ ସୁସ୍ଥ ଅଛନ୍ତି । ରିକି ଓ ମାର୍କସ ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ପୂରୁଣା ବୋଲି ସେମାନେ କହିଛନ୍ତି । କାମ୍ବଲୀ ଆମ ସହିତ ଭଲ ଭାବେ ହସ ଖୁସୀ କରିବା ସହ ସୋସିଆଲ ମିଡିଆ ଉପରେ ବିଶ୍ୱାସ ନ କରିବାକୁ କହିଛନ୍ତି । ସେ ଅସୁସ୍ଥ ଥିଲେ ସତ, ମାତ୍ର ଏଥିରେ ଅନେକ ଉନ୍ନତି ଘଟିଛି ବୋଲି ରିକି କହିଛନ୍ତି । କାମ୍ବଲୀଙ୍କ ଚର୍ବି ଏବେ ବହୁତ କମି ଯାଇଛି ।

ସେ ଏବେ ଭଲ କରି ଖାଦ୍ୟ ଖାଇବା ସହ ହଜମ ମଧ୍ୟ କରୁଛନ୍ତି । ତାଙ୍କ ପୁଅ କ୍ରିଷ୍ଟିୟାନୋ ବାପାଙ୍କ ପରି ବ୍ୟାଟିଂ କରୁଛନ୍ତି । ବାପାଙ୍କଠାରୁ ଆବଶ୍ୟକୀୟ ଟିପ୍ସ ମଧ୍ୟ ନେଉଛନ୍ତି । କାମ୍ବଲୀ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଓ ଶେନ ୱର୍ଣ୍ଣଙ୍କ ସହ ମୁକାବିଲାକୁ ତାଙ୍କର ଶ୍ରେଷ୍ଠ ସମୟ ବୋଲି କହିଥିଲେ । ଏହି ଅବସରରେ ସେ ହିନ୍ଦୀ ଗୀତ ମଧ୍ୟ ଗାଇଥିଲେ । ୨୦୧୩ରେ ହାର୍ଟଆଟାକ ଆସିବା ପରଠାରୁ ସେ ଆଉ ବେଶୀ ସମ୍ମୁଖକୁ ଆସୁ ନାହାନ୍ତି । କାମ୍ବଲୀ ପ୍ରଥମଶ୍ରେଣୀ କ୍ରିକେଟରେ ୧୨୯ ମ୍ୟାଚରେ ୯୯୬୫ ରନ କରିଥିଲେ । ସେହିପରି ୧୦୪ ଆନ୍ତର୍ଜାତୀୟ ଦିିନିକିଆରେ ୨୪୭୭ ଓ ୧୭ ଟେଷ୍ଟରେ ୧୦୮୪ ରନ କରିଥିଲେ ।

Comments are closed.